ବାଣିଜ୍ୟ

LIC ନିବେଶକଙ୍କୁ ବଡ଼ ଝଟକା

ମୁମ୍ବାଇ: IPO ଲିଷ୍ଟିଂର ପ୍ରଥମ ଦିନରୁ ସ୍ଟକ୍ ବଜାରରେ ହଲଚଲ ସୃଷ୍ଟି କରିବ ବୋଲି ଯେଉଁ ଆଶା କରାଯାଉଥିଲା ଏଲଆଇସି ଲିଷ୍ଠିଂ ଏବେ ନିବେଶକଙ୍କୁ ନିରାଶ କରିଛି । ବରଂ ପରିକଳ୍ପିତ 1000 ଟଙ୍କା ପରିର୍ବତେ ଦର ମାତ୍ର 867 ଟଙ୍କାରେ ଲିଷ୍ଠିଂ ହେବାରୁ ସେୟାର ବିକ୍ରି ଜରିଆରେ ଯେଉଁ ଅର୍ଥ ଆସିବା ନେଇ ଯୋଜନା ରହିଥିଲା ତାହା କମି ଯାଇଛି । ଏହା ଏବେ ଏଲଆଇସି ନିବେଶକଙ୍କୁ ବଡ ଝଟକା ଦେଇଛି ।

ଶେଷରେ ମାତ୍ର ୮୭୨ ଟଙ୍କାରେ ଲିଷ୍ଟିଂ ହୋଇଛି ଦେଶର ସବୁଠାରୁ ବଡ଼ IPO । ଏନଏସଇରେ ୮୭୨ ଟଙ୍କାରେ ଲିଷ୍ଟିଂ ହୋଇଥିବା ବେଳେ, ବିଏସଇରେ ଆହୁରି କମ୍ ଅର୍ଥାତ୍ ୮୬୭ରେ ଲିଷ୍ଟିଂ ହୋଇଛି । ଏଲଆଇସିର IPO ଦର ୯୦୨ରୁ ୯୪୯ ଟଙ୍କା ଥିଲା । ମେ’ ୪ରୁ ୯ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏଲଆଇସିର ମାରାଥନ୍ IPO ଇସ୍ୟୁ ସମୟରେ ଘରୋଇ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ଏଲଆଇସିର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରି ୨୧ ହଜାର କୋଟି ଟଙ୍କା ଉଠାଇବାକୁ ଯୋଜନା କରିଛନ୍ତି । ଏଥିରେ ୨୨ କୋଟି ସେୟାର ଇସ୍ୟୁ କରାଯାଇଛି ।

ଭାରତରେ ବୀମା କ୍ଷେତ୍ରରେ LICର ସବୁଠାରୁ ଅର୍ଥାତ୍ ୬୬ ପ୍ରତିଶତର ମାର୍କେଟ ସେୟାର ରହିଛି । କଂପାନୀର ୨ ହଜାର ୪୮ଟି ବ୍ରାଞ୍ଚ ଥିବା ବେଳେ ୧୧୩ଟି ଡିଭିଜନାଲ୍ ଅଫିସ ରହିଛି । ଭାରତ ଛଡା ୮ଟି ଦେଶରେ ଏହା  ଅପରେଟ୍ କରୁଛି ।  LICର ମୂଲ୍ୟ ୬ ଲକ୍ଷ କୋଟି ଟଙ୍କା ସହିତ ଭାରତରେ ପଞ୍ଚମ ସର୍ବବୃହତ୍ କଂପାନୀର ମାନ୍ୟତା ପାଇଛି ପୂର୍ବରୁ ମଧ୍ୟ SBI କାର୍ଟ, ପେ-ଟିଏମ୍ ଭଳି ସଂସ୍ଥାର IPO ଅପେକ୍ଷା ଲିଷ୍ଟିଂ ନେଗେଟିଭରେ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com