ଜାତୀୟ

ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ; ରାଜ୍ୟପାଳ ନିଜର ଅଭିଭାଷଣ ସମାପ୍ତ ନକରି ଅଧାରୁ ଚାଲିଗଲେ

ମୁମ୍ବାଇ() ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିଆରୀ ଗୁରୁବାର ଦିନ ବିଧାୟକମାନଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ରାଜ୍ୟ ବିଧାନସଭାର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ସମାପ୍ତ ନକରି ବିଧାନ ଭବନ ପରିସରରୁ ଚାଲି ଆସିଛନ୍ତି। ରାଜ୍ୟ ଏନସିପି ସଭାପତି ତଥା ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ଜୟନ୍ତ ପାଟିଲ ଦାବି କରିଛନ୍ତି ଯେ ଶାସକ ମହା ବିକାଶ ଅଘାଦି (ଏମଭିଏ)ର ବିଧାୟକମାନେ ମରାଠା ଯୋଦ୍ଧା ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରଶଂସାରେ ସ୍ଲୋଗାନ ଦେଇଥିବା ବେଳେ ବିଜେପି ବିଧାୟକମାନେ ନିମ୍ନ ସ୍ତରର ସ୍ଲୋଗାନ ଦେଇଥିଲେ ଯାହାକୁ ରାଜ୍ୟପାଳ ସହ୍ୟ କରିପାରିଲେ ନାହିଁ।

ପାଟିଲ କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଯେ ରାଜ୍ୟପାଳ ଜାତୀୟ ସଂଗୀତକୁ ଅପେକ୍ଷା ନକରି ଚାଲିଗଲେ। ଅନ୍ୟ ପଟେ ବିଜେପି ମୁଖ୍ୟ ସଚେତକ ଆଶିଷ ଶେଲାର ରାଜ୍ୟପାଳଙ୍କ ଭାଷଣ ହଠାତ ବନ୍ଦ ହେବା ପାଇଁ ଏମଭିଏକୁ ଦାୟୀ କରିଛନ୍ତି। ବିଧାନସଭା ଭିତରେ ଏବଂ ବାହାରେ ଆମର ଏକମାତ୍ର ଦାବି ହେଉଛି ମନ୍ତ୍ରୀ ନଓ୍ଵାବ ମଲିକ, ଯିଏ (ପଳାତକ ଗ୍ୟାଙ୍ଗଷ୍ଟର) ଦାଉଦ ଇବ୍ରାହିମଙ୍କ ସହଯୋଗୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି, ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଉ। ଆମେ ଆମ ଦାବିରୁ ହଟିବୁ ନାହିଁ। ଗୃହକୁ ସୁରୁଖୁରୁରେ ପରିଚାଳନା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com