ଜାତୀୟ

ସୁନ୍ଦର ଚେହେରା ପାଇଁ ଗଲା ଅଭିନେତ୍ରୀଙ୍କ ଜୀବନ; ପ୍ଲାଷ୍ଟିକ୍ ସର୍ଜରୀରେ ଚର୍ବି ଘଟାଇବା ହେଲା କାଳ

ବେଙ୍ଗାଲୁରୁ: ସୁନ୍ଦର ଚେହେରା କାହାକୁ ବା ନ ପସନ୍ଦ । ବିଶେଷକରି ଅଭିନେତ୍ରୀମାନେ ନିଜର ସ୍ଲିମ ଟ୍ରିମ୍ ଶରୀର ଲାଗି ସବୁକିଛି କରିଥାନ୍ତି । ଦରକାର ପଡିଲେ ପ୍ଲାଷ୍ଟିକ ସର୍ଜରୀ କରିବାକୁ ପଛାଇନଥାନ୍ତି । କେହି କେହି ଶରୀରର ଅଙ୍ଗପ୍ରତ୍ୟଙ୍ଗ ସର୍ଜରୀ କରିଥାନ୍ତି । ଆଉ କେହି ପତଳା ଦେଖାଯିବା ପାଇଁ ଶରରୀରୁ ଚର୍ବି ହ୍ରାସ କରିଥାନ୍ତି । ତେବେ ଏହି ସର୍ଜରୀ ଏବେ ଜଣେ କନ୍ନଡ ଅଭିନେତ୍ରୀଙ୍କ ପାଇଁ କାଳ ପାଲଟିଛି । ପ୍ଲାଷ୍ଟିକ ସର୍ଜରୀ କରିବା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଏହା ଏବେ କନ୍ନଡ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ମୃତ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ଚେତନା ରାଜ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୧ ବର୍ଷ ବୟସ ହୋଇଥିଲା ।

ନିଜ ଶରୀରରୁ ଚର୍ବି କମାଇବା ପାଇଁ ସେ ପ୍ଲାଷ୍ଟିକ ସର୍ଜରୀ କରୁଥିଲେ । ତେବେ ସର୍ଜରୀରେ କିଛି ତ୍ରୁଟି ହେତୁ ଫୁସଫୁସରେ ସମସ୍ୟା ଦେଖା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଚେତନା ନିଜ ସର୍ଜରୀ ବିଷୟରେ କାହାକୁ କିଛି କହିନଥିଲେ । ଏମିତିକି ତାଙ୍କ ପିତା ମାତା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ । ସେ ନିଜେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ସର୍ଜରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏକୁଟିଆ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ସେପଟେ ପରିବାର ଲୋକ ଏ ବିଷୟରେ ଜାଣିବା ପରେ ଡାକ୍ତର ଏବଂ ଚିକିତ୍ସା ଅବହେଳା କୁ ଦାୟୀ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com