ଜାତୀୟଭାଇରାଲ୍ ଭିଡିଓ

ତିଳ ଚିହ୍ନ ପାଇଁ ଟ୍ରୋଲ ହେଉଥିଲେ ମଡ଼େଲ , ପରେ ଏଥି ପାଇଁ ବଞ୍ଚି ଗଲା ଜୀବନ

ତିଳ ଚିହ୍ନ ପାଇଁ ଆମେରିକାର ଫ୍ଲୋରିଡାଠାରେ ରହୁଥିବା ଏକ ମଡେଲର ଜୀବନ ରକ୍ଷା ହୋଇଛି । ମଡେଲ ଆଲିସନ କେ ବୋଲ୍ସଙ୍କ ଦେହରେ ଅନେକ ତିଳ ଚିହ୍ନ ରହିଥିଲା। ସେହି ତିଳ ଚିହ୍ନ ପାଇଁ ସୋସିଆଲ୍ ମିଡିଆରେ ମଡେଲ୍ ଟ୍ରୋଲ୍ ହେଉଥିଲେ । ଆଲିସନଙ୍କୁ ତାଙ୍କ ବନ୍ଧୁ କହିଥିଲେ ଯେ ଯଦି ମୋଲର ରଙ୍ଗ ବଦଳିଯାଏ କିମ୍ବା ସେମାନଙ୍କର ଆକାର ବଢିବାକୁ ଲାଗେ, ତେବେ ସେ ସତର୍କ ହେବା ଉଚିତ୍ । ଏଥିସହ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବା ଆବଶ୍ୟକ । କିଛି ଦିନ ପରେ, ଆଲିସନଙ୍କ ଶରୀରରେ ଥିବା ତିଳ ଚିହ୍ନର ରଙ୍ଗ ପ୍ରକୃତରେ ପରିବର୍ତ୍ତନ ହେବାକୁ ଲାଗିଲା । ଆଲିସନ ଚର୍ମରୋଗ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥିଲେ। ଯେତେବେଳେ ସେ ତାଙ୍କର ଗୋଟିଏ ତିଳ ଚିହ୍ନର ବାୟୋପସି କରିଥିଲେ, ଦେଖାଗଲା ଯେ ଏହା ହେଉଛି କର୍କଟ । ଏହା ପରେ, ଅସ୍ତ୍ରୋପଚାର ଦ୍ୱାରା କର୍କଟ ରୋଗକୁ ବାହାର କରାଯାଇଥିଲା । କର୍କଟ ରୋଗର ଠିକ ସମୟରେ ନିରାକରଣ ହେତୁ ଆଲିସନଙ୍କ ଜୀବନ ବଞ୍ଚିଗଲା । ଆଲିସନ ଜଣେ ପ୍ରସିଦ୍ଧ ମଡେଲ । ତାଙ୍କର ଚିତ୍ର ଫୋର୍ବସ୍ ମାଗାଜିନରେ ଛପା ଯାଇଛି । ଇନଷ୍ଟାଗ୍ରାମରେ ଆଲିସନଙ୍କ ୨.୫ ଲକ୍ଷରୁ ଅଧିକ ଅନୁସରଣକାରୀ ଅଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com