Breaking NewsFeaturedରାଜନୀତି

ବଲକନାଥ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ; ଚିଠି ଭାଇରଲ, ବିଜେପି କହିଲା ….

ସାମ୍ନାକୁ ଆସିଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନାମ । ବାଲକନାଥ ଯୋଗୀ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏନେଇ ଏକ ଚିଠି ଭାଇରାଲ ହେବାରେ ଲାଗିଛି । ସେହିପରି ଦୀୟା କୁମାରୀ ଏବଂ କିରୋଡ଼ୀ ଲାଲ ମୀଣା ହେବେ ଉପମୁଖ୍ୟମନ୍ତ୍ରୀ । ଏହି ଖବର ସାମ୍ନାକୁ ଆସିବାପରେ ହଇଚଇ ସୃଷ୍ଟି ହୋଇଛି । ବୁଧବାର ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଆଲୋଚନା ହୋଇଥିଲା । ତେବେ ରାଜସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ ଯେଉଁ ଚିଠି ଭାଇରାଲ ହେଉଛି ତାହା ନକଲି ।

ରାଜସ୍ଥାନ ବିଜେପି ପକ୍ଷରୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ମୁଖ୍ୟମନ୍ତ୍ରୀ ପଦପାଇଁ ଦାବିଦାର ଥିବା ବସୁନ୍ଧରା ରାଜେଙ୍କୁ ଦିଲ୍ଲୀରୁ ଡକରା ଆସିଛି । ତେବେ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ, ସେ ନେଇ ଦଳର ସଂସଦୀୟ ବୋର୍ଡ ସ୍ଥିର କରିବ । ତାପୂର୍ବରୁ ବିଧାୟକ ଦଳ ବୈଠକ ବସିବ । କିନ୍ତୁ, ଏହି ବୈଠକ କେବେ ବସିବ, ସେ ନେଇ ଘୋଷଣା କରାଯାଇ ନାହିଁ । ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ ରାଜସ୍ଥାନରେ ୧୯୯ଟି ଆସନରୁ ବିଜେପି ୧୧୫ଟି ଅକ୍ତିଆର କରିଥିବା ବେଳେ କଂଗ୍ରେସ ପାଇଛି ୬୯ଟି ଆସନ ।

Related Articles

Back to top button
WP Twitter Auto Publish Powered By : XYZScripts.com