ଜାତୀୟରାଜନୀତି

କାଳୀ ବିବାଦରେ ମହୁଆଙ୍କୁ ମମତାଙ୍କ ଉପଦେଶ

କାଳୀଙ୍କ ଉପରେ ବୟାନ ଦେଇ ଅଡୁଆରେ ପଡିଥିବା ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦେଶ ଆଳରେ ଅନେକ କିଛି କହିଛନ୍ତି । ଲାଗି ରହିଥିବା ବିବାଦ ଉପରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ମମତା କହିଛନ୍ତି କି, ପ୍ରଥମେ ଲୋକଙ୍କ ଭାବନାକୁ ବୁଝିବାକୁ ପଡିବ । ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏନେଇ ମମତାଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଏନେଇ ମମତା କହିଥିଲେ କି କାଳୀଙ୍କର ଅନେକ ରୂପ ରହିଛି । ଏହାସହ ମମତା ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି କି ଆମେ ଯାହା ବି କରୁଛୁ ବା କହୁଛୁ ତାହାକୁ ସେମାନେ ରାଜନୈତିକ ରଙ୍ଗ ଦେବାରେ ଲାଗିଛନ୍ତି । ଏହାହସ ମମତା କହିଛନ୍ତି କି, କେବେ କେବେ ଆମେମାନେ ପଜିଟିଭ୍ ଖବରକୁ ଛାଡି ନକରାତ୍ମକ ଖବର ଉପରେ ବିବାଦ ସୃଷ୍ଟି କରିବାକୁ ଜୋର ଦେଉଛି । ରାଜ୍ୟରେ ଦୈନିକ କିଛି ନା କିଛି ନୂଆ କାମ ହେଉଛି । କିନ୍ତୁ ଗଣମାଧ୍ୟମ ତାହା ଉପରେ ନଜର ଦେବା ପରିବର୍ତ୍ତେ ବିବାଦ ସୃଷ୍ଟିକାରୀ ବୟାନକୁ ପ୍ରାଧାନ୍ୟ ଦେଉଛି । ସେ ମହୁଆଙ୍କ ନାମ ନନେଇ କହିଛନ୍ତି କି କେବେ କେବେ ମଣିଷର ଭୁଲ ହୋଇଯାଇଥାଏ । ମୋ ପାଇଁ କାଳୀର ଅର୍ଥ ମାଂସ ଓ ମଦ ସ୍ୱୀକାର କରୁଥିବା ଦେବୀମାନଙ୍କ ସହ ସମାନ ବୋଲି ମହୁଆ ଦେଇଥିବା ବୟାନ ଉପରେ ଏବେ ଚାରିଆଡୁ ବିରୋଧ ହେଉଛି । ଏହାସହ କିଛି ସଂଗଠନ ମହୁଆଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି । ମଧ୍ୟ ପ୍ରଦେଶର ଭୋପାଳରେ ମହୁଆଙ୍କ ବିରୋଧରେ ମାମଲା ବି ରୁଜୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com