ବିଜ୍ଞାନ ଓ ପ୍ରଯୁକ୍ତି

ବଦଳିଲା OCS – ୨୦୨୧ ମୁଖ୍ୟ ପରୀକ୍ଷା ସୂଚୀ

ଭୁବନେଶ୍ୱର, ୧୭/୦୧/୨୦୨୩ –   ଓଡ଼ିଶା ସିଭିଲ୍‌‌ ସର୍ଭିସ-OCS – ୨୦୨୧ ମୁଖ୍ୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଫେବୃଆରୀ ୨୧ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବ ବୋଲି OPSC ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା । କିନ୍ତୁ ଏବେ ସୂଚୀରେ ପରିବର୍ତ୍ତନ କରାଯାଇ ଫେବୃଆରୀ ୧୯ରୁ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।

OPSC ଦ୍ୱାରା ନିର୍ଦ୍ଧାରିତ ତାରିଖରେ ୟୁନିୟନ ପବ୍ଲିକ୍‌‌ ସର୍ଭିସ୍‌‌ କମିଶନ-UPSC ର ସିଭିଲ୍‌‌ ସର୍ଭିସ ସାକ୍ଷାତ୍‌‌କାର ପରୀକ୍ଷା ଥିବାରୁ ଏହି ପରିବର୍ତ୍ତନ କରାଯାଇଛି । ପ୍ରତିଦିନ ୨ଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ । କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ୧ ଘଣ୍ଟା ସମୟ ମିଳିବ ।

ପରୀକ୍ଷା ପାଇଁ ଆଡ୍‌‌ମିଟ୍‌‌ କାର୍ଡ ଖୁବ୍‌‌ଶୀଘ୍ର OPSC ୱେବ୍‌‌ସାଇଟରେ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ପ୍ରକାଶିତ ବିଜ୍ଞପ୍ତିରେ ସବିଶେଷ ତଥ୍ୟ ପାଇପାରିବେ । ଗତ ଅକ୍ଟୋବର ୧୬ ତାରିଖରେ ଓସିଏସ୍‌‌-୨୦୨୧ ପ୍ରିଲିମ୍‌‌ନାରୀ ପରୀକ୍ଷା ହେଇଥିଲା । ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୫ ହଜାର ୨୯୬ ଜଣ କୃତକାର୍ଯ୍ୟ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com