ଓଡ଼ିଶା

ରାଜ୍ୟକୁ ପୁଣି ଫେରୁଛି ତାତି, ୩ ଦିନରେ ତାପମାତ୍ରା ୪ ଡିଗ୍ରୀ ବଢିବା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହୋଇଛି। ଶୁକ୍ରବାର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଥିଲା । ଆସନ୍ତା ୩ ଦିନରେ ତାପମାତ୍ରା ଆହୁରି ବଢ଼ିବ। ପ୍ରାୟ ୩ରୁ ୪ ଡିଗ୍ରୀ ଯାଏ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ମାର୍ତ୍ତାବନ ଉପସାଗର ଓ ତତ୍‌ସଂଲଗ୍ନ ମିଆଁମାର୍‌ ଅଞ୍ଚଳରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ତେବେ ଏହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com