ଓଡ଼ିଶା

ପରୀକ୍ଷା ହଲ୍‌ରେ ଚାଲିଗଲା ଜୀବନ, ହଠାତ୍‌ ଅଚେତ ହୋଇପଡିଥିଲେ ଛାତ୍ର

ରାଉରକେଲା: ପରୀକ୍ଷା ହଲ୍‌ରେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ରଙ୍କ ନାମ ମହମ୍ମଦ ଅର୍ଫାନ ବୋଲି ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା ।

ଖବର ଅନୁଯାୟୀ, ବଣାଇ କଲେଜରେ +୨ର ସାଇନ୍ସ ପଢୁଥିଲେ ଛାତ୍ର । ମଙ୍ଗଳବାର ପରୀକ୍ଷାହଲ୍‌ରେ ପରୀକ୍ଷା ଦେବେ ସମୟରେ ହଠାତ୍‌ ଛାତ୍ରଜଣଙ୍କ ଅଚେତ ହୋଇପଡିଥିଲେ । ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଛାତ୍ରଙ୍କ ଘର ଲହୁଣିପଡା ଜୁନିଆଣି ଗାଁରେ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com