ଓଡ଼ିଶା

୩୦ ଫୁଟ ଉଚ୍ଚ ଡ୍ୟାମ୍‌ରୁ ତଳକୁ ଖସିଲେ ଯୁବକ, ଭାଇରାଲ୍‌ ହେଲା ଭିଡିଓ

ନୂଆଦିଲ୍ଲୀ: ଆଜିକାଲି କିଛି ନିଆରା କରିବାକୁ ଚିନ୍ତା କରି ଲୋକେ ବିପଦକୁ ବରଣ କରୁଛନ୍ତି। ଭିନ୍ନ କରିବା ରେସ୍‌ରେ ସୁରକ୍ଷା ବିଷୟରେ ଚିନ୍ତା କରିବା ଭୁଲି ଯାଉଛନ୍ତି। ସେମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। ଚିକବଲ୍ଲାପୁର ଜିଲ୍ଲାରେ ଥିବା ଶ୍ରୀନିବାସ ସାଗର ଡ୍ୟାମ ଉପରୁ ଚଢିବା ବେଳେ ତଳକୁ ଖସି ଯାଇଛନ୍ତି। ୨୦ବର୍ଷର ଯୁବକ ଶ୍ରୀନିବାସ ସାଗର ଡ୍ୟାମ ବୁଲିବାକୁ ଯାଇଥିବା ବେଳେ ହଠାତ୍ କୌଣସି କାରଣକୁ ନେଇ ସେ ଡ୍ୟାମ ଉପରକୁ ଚଢିବାକୁ ଲାଗିଥିଲେ। ପାଖାପାଖି ୩୦ ଫୁଟ ଉପରକୁ ସେ ଚଢି ଯାଇଥିଲେ। ଏହା ପରେ ହଠାତ୍ ସେ ଭାରସ୍ୟାମ ହରାଇ ତଳକୁ ଖସିଯାଇଥିଲେ। ଏହାଦ୍ବାରା ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ପ୍ରଶାସନର ଚେତାବନୀ ପରେ ମଧ୍ୟ ଯୁବକଜଣକ ଏପରି କରିଥିବାରୁ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଡ୍ୟାମ ପାଖରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଏଥିପାଇଁ କେହି ଅଟକାଇ ନଥିଲେ। ଯୁବକ ଜଣଙ୍କ ଚଢିବାର ଭିଡିଓ କରିଥିଲେ ଲୋକେ। ଯୁବକ ତଳେ ପଡୁଥିବାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି।  ଡ୍ୟାମ ଆଖ ପାଖରେ ପାଖାପାଖି ୫୦ ଲୋକ ଥିବା ସୂଚନା ମିଳିଛି।

Related Articles

Back to top button
WP Twitter Auto Publish Powered By : XYZScripts.com