ଜାତୀୟ
ହାର୍ଦ୍ଦିକ୍ ବାହିନୀଙ୍କ ବିଜୟ ପରେ ପତ୍ନୀ ନତାଶା ହେଲେ ଇମୋସନାଲ୍, ପଡିଆରେ ସ୍ବାମୀଙ୍କୁ କଲେ ଆଲିଙ୍ଗନ
ନୂଆଦିଲ୍ଳୀ: ଦୀର୍ଘ ୫ ବର୍ଷ ପରେ ଆଇପିଏଲ୍କୁ ମିଳିଛି ନୂଆ ଚାମ୍ପିଅନ୍ । ଗୁଜୁରାଟ ଆଇପିଏଲ୍ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଛି । ଏଥର ଗୁଜୁରାଟ ନିଜର ପ୍ରଥମ ସିଜନରେ ଆଇପିଏଲ୍ ଟ୍ରଫି ଜିତିଥିଲା । ବୋଲରମାନେ ରାଜସ୍ଥାନ ରୟାଲ୍ସକୁ ମାତ୍ର ୧୩୦ ରନ୍ରେ ଅଟକାଇଥିଲେ । ଏହା ପରେ ୭ ୱିକେଟ୍ରେ ଗୁଜୁରାଟ୍ ମ୍ୟାଚ୍ ଜିତି ଯାଇଥିଲା।
ଏହି ବିଜୟ ପରେ ଟାଇଟାନ୍ସର ଫ୍ୟାନ୍ସମାନେ ଖୁସିରେ ଝୁମି ଉଠିଥିଲେ । ଷ୍ଟାଡିୟମ୍ ଦର୍ଶକଙ୍କ କରତାଳି ଉତ୍ସାହରେ ଉଠୁଥିଲା ପଡୁଥିଲା। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ତାଙ୍କ ସ୍ୱାମୀଙ୍କ ବିଜୟରେ ଭାବପ୍ରବଣ ହୋଇଥିଲେ। ଟାଇଟଲ୍ ଜିତିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁସି ହସୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ନତାଶା ପଡ଼ିଆକୁ ଧାଇଁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିଥିଲେ।ଦୁହେଁ ବହୁତ ଭାବପ୍ରବଣ ହୋଇଯାଇଥିଲେ । ଦୁହିଁଙ୍କ ଆଖିରେ ଖୁସିର ଲୁହ ବାହାରି ଆସିଥିଲା । କାହିଁକି ନା ନତାଶା ହାର୍ଦ୍ଦିକଙ୍କୁ ସବୁ ମ୍ୟାଚ୍ରେ ବହୁତ ସହଯୋଗ କରୁଥିବା ଦେଖିବାକୁ ମିଳିଛି।
— Ashok (@Ashok94540994) May 29, 2022