ଅନ୍ତର୍ଜାତୀୟଜାତୀୟଜୀବନଶୈଳୀରାଜନୀତି

ହୋସଲେ ୟୁହିଁ ବୁଲନ୍ଦ ରହେ… ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କୁହାଯାଏ ଇଚ୍ଛାଶକ୍ତି ଆଗରେ ବୟସ ହାର ମାନେ । ଆଉ ବୟସ କେବଳ ଏକ ଅଙ୍କ ପାଲଟେ । ଏହା ଅନେକ ବାର ପ୍ରମାଣିତ ହୋଇଛି । ଏବେ ଏଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ, ଯାହା ଶୁଣିଲେ ଆପଣ ବି କିଛି ସମୟ ନିଶ୍ଚୟ ଚିନ୍ତା କରିବେ, ବୟସ ସତରେ ଏକ ଅଙ୍କ ବୋଲି । ଘଟଣା ଅନୁସାରେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ କରୁଛନ୍ତି ଦୁଃସାହସିକ ଷ୍ଟଂଟ୍ । ୭୦ ବର୍ଷ ବୟସରେ ସ୍କାଏଡ୍ରାଇଭିଂ କରି ମନ୍ତ୍ରୀ ଟି ଏସ୍ ସିଂହ ଦେଓ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

ଭୂମିରୁ ପ୍ରାୟ ହଜାର ଫୁଟ ଉଚ୍ଚରେ ଉଡି ସେ କରୁଛନ୍ତି ସ୍କାଏଡ୍ରାଇଭିଂ । କେବଳ ଆକାଶରେ ଉଡିଲେନି ତ ଅପୂର୍ବ ସାହସ ପ୍ରଦର୍ଶନ କରି ବିମାନରୁ ତଳକୁ ମଧ୍ୟ ଡେଇଁଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ୍ ସିଂହ ଦେଓ ଅଷ୍ଟ୍ରେଲିଆରେ ଥିବା ବେଳେ ସେଠାରେ ଏକ ପ୍ରସିଦ୍ଧ ସ୍କାଏଡ୍ରାଇଭିଂ ସେଣ୍ଟରର ଅଭିଜ୍ଞ ପ୍ରଶିକ୍ଷକଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ସହିତ ସ୍କାଏଡ୍ରାଇଭିଂ କରିଥିଲେ । ସିଂହ ଦେଓଙ୍କ ଏହି ସ୍କାଏଡ୍ରାଇଭିଂ ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ଚମତ୍କାର କଲା ଭଳି ଦୃଶ୍ୟ । କାରଣ ଏହି ସ୍କାଏଡ୍ରାଇଭିଂ ଚ୍ୟାଲେଞ୍ଜିଂ ଜମ୍ପ ପାଇଁ ବେଶ୍ ଜଣାଶୁଣା । ଆଉ ସବୁଠୁ ବଡ କଥା ଥିଲା ୭୦ ବର୍ଷ ବୟସର ମନ୍ତ୍ରୀ ଏଭଳି ଦୁଃସାହସିକ ଷ୍ଟଂଟ କରିବା ସମସ୍ତଙ୍କୁ ଚକିତ କରିଥିଲା ।

ଆକାଶରେ ଉଡିବାର ଅନୁଭୂତିକୁ ମନ୍ତ୍ରୀ ଟ୍ୱିଟରରେ ବଖାଣିଛନ୍ତି । ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦେଖିବାକୁ ମିଳୁଛି ସ୍ୱାସ୍ଥ୍ୟସନ୍ତ୍ରୀ ସିଂହ ଦେଓ ଏକ ବିମାନରୁ ତଳକୁ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି । ଏହାପରେ ଲମ୍ଫ ମାରି ଆକାଶ ମାର୍ଗରୁ ସ୍କାଏଡ୍ରାଇଭିଂର ମଜା ନେଉଛନ୍ତି । ତାଙ୍କ ସହ ଜଣେ ପ୍ରଶିକ୍ଷକ ଥିବା ବେଳେ ସେ ସୁନ୍ଦର ଭାବରେ ଲ୍ୟାଣ୍ଡିଂ ଜୋନରେ ଓହ୍ଲାଉଛନ୍ତି । ଏହି ଭିଡିଓ ସହ ସିଂହ ଦେଓ ଲେଖିଛନ୍ତି ଆକାଶରେ ପହଞ୍ଚିବା ପାଇଁ କୌଣସି ସୀମା ନଥିଲା । କି କେବେ ନୁହେଁ ! ଅଷ୍ଟ୍ରେଲିଆରେ ସ୍କାଏଡ୍ରାଇଭିଂ କରିବା ମୋ ପାଇଁ ଏକ ଅବିଶ୍ୱସନୀୟ ସୁଯୋଗ ଥିଲା । ଏହା ବାସ୍ତବରେ ଏକ ଅସାଧାରଣ ଦୁଃସାହସିକ କାର୍ଯ୍ୟ ଥିଲା । ଏହି ସ୍କାଏଡ୍ରାଇଭିଂ ଅତ୍ୟନ୍ତ ଉତ୍ସାହ ଜନକ ଏବଂ ଆତ୍ୟନ୍ତ ଉପଭୋଗ୍ୟ ଅନୁଭୂତି ଥିଲା ।

ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲେ ଟ୍ୱିଟ କରି କହିଛନ୍ତି ୱା ମହାରାଜ ସାହବ ! ଆପନେ ତୋ କମାଲ କରିଦିଆ ! ହୋସଲେ ୟୁହିଁ ବୁଲନ୍ଦ ରହେ । ଶୁଭକାମନା ।

Related Articles

Back to top button
WP Twitter Auto Publish Powered By : XYZScripts.com