Featuredଜାତୀୟ

ସତୀଶ କୌଶିକଙ୍କ ମୃତ୍ୟୁ ପଛରେ ମୋ ସ୍ୱାମୀଙ୍କ ଷଡଯନ୍ତ୍ର: ସାନଭି ମାଲୁ

ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ରହସ୍ୟ ନେଇ ଲିଖିତ ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ ବିକାଶ ମାଲୁଙ୍କ ପତ୍ନୀ ସାନଭି ମାଲୁ । ସତୀଶଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ ତଥା କୁବେର ଗ୍ରୁପ୍ ଅଫ୍ କମ୍ପାନୀର ମାଲିକ ବିକାଶ ମାଲୁଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ସାନଭି ମାଲୁ । ଏନେଇ ସେ ପୁଲିସରେ ଲିଖିତ ଅଭିଯୋଗ କରିବା ସହ ଗଣମାଧ୍ୟମରେ ଗୁମର ଖୋଲିଛନ୍ତି ।

ସାନଭି କହିଛନ୍ତି ଯେ, ‘ହୋଲି ଦିନ ସତୀଶ ଜୀ ତାଙ୍କ ସ୍ୱାମୀଙ୍କ ଫାର୍ମ ହାଉସକୁ ଯାଇଥିଲେ । ଫାର୍ମ ହାଉସରୁ କିଛି ମେଡିସିନ୍ ମିଳିଛି । ଏହା ପୂର୍ବରୁ ୨୦୨୨ ଅଗଷ୍ଟ ମାସରେ ସତୀଶ ଜୀ ଓ ବିକାଶ ମାଲୁଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ଯୁକ୍ତତର୍କ ହୋଇଥିଲା । ସତୀଶ ଜୀ ବିକାଶ ମାଲୁଙ୍କୁ ପୂର୍ବରୁ ୧୫ କୋଟିି ଟଙ୍କା ଧାର ଦେଇଥିଲେ । ଟଙ୍କା ଫେରିନପାଇବାରୁ ଟଙ୍କା ମାଗିଥିଲେ । ଏ ବିଷୟରେ ସାନଭି ବିକାଶଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସେ ଏତେ ଟଙ୍କା ଫେରାଇ ପାରିବେ ନାହିଁ ବରଂ ତାଙ୍କୁ ରାସ୍ତାରୁ ହଟାଇଦେବେ । ତେଣୁ ସତୀଶ କୌଶିକଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶ ମାଲୁଙ୍କ ହାତ ଥିବା ସନ୍ଦେହ ଘନୀଭୂତ ହେଉଛି’ କହିଛନ୍ତି ସାନଭି ମାଲୁ ।

Related Articles

Back to top button
WP Twitter Auto Publish Powered By : XYZScripts.com