ଓଡ଼ିଶା

ଶୀତଳଷଷ୍ଠୀ ପାଇଁ ଉତ୍ସବ ମୂଖର ସମ୍ବଲପୁର,  ୪ ତାରିଖରେ ଶିବପାର୍ବତୀଙ୍କ ବିବାହ

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବମୁଖର ସମ୍ବଲପୁର ସହର । ଆସନ୍ତା ୪ ତାରିଖରେ ହେବ ଏହି ଉତ୍ସବ ।  ଏହି କ୍ରମରେ ମଙ୍ଗଳବାର  ହୋଇଥିଲା ପତରପେଣ୍ଡି ତଥା ନିର୍ବନ୍ଧ ଉତ୍ସବ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା ।  ନିର୍ବନ୍ଧ ପରେ ଆଜି ସଂଧ୍ୟାରେ ଗୁଆଗୁଣ୍ଡା କାର୍ଯ୍ୟକ୍ରମ  ହେବ । ପରେ ୪ ତାରିଖରେ ଭୋଳା ବାବାଙ୍କ ବିବାହ ଉତ୍ସବ ତଥା ଶୀତଳ ଷଷ୍ଠୀ ଯାତ୍ରା ହେବ ।  ସେପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟର୍ନିବାହୀ ଅଧିକାରୀ ଶୀତଳ ଷଷ୍ଠୀରେ ଶିବ ପାର୍ବତୀଙ୍କ ବିବାହ ପାଇଁ କାର୍ଯ୍ୟସୂଚୀ  ଜାରି କରିଛନ୍ତି । ସକାଳ ୬.୩୦ ରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସମାପନ କରାଯିବା ସହ  ଅନ୍ୟ ନୀତିଗୁଡିକ ଅନୁଷ୍ଠିତ ହେବ । ରାତ୍ରି ୮ ଟାରେ ବାବା କପିଳନାଥ ବିଜେ କରିବା ପରେ ରାତ୍ରି ୯ଟା ପର୍ଯନ୍ତ ବଡ଼ସିଂହାର, ପଂଚାବକ୍ର ବିଜେ କାର୍ଯ୍ୟ ଚାଲିବ । ରାତ୍ରି ୯ଟା ପରେ ମନ୍ଦିର ଭିତରେ ବରଯାତ୍ରୀ ଭୋଜି ଅନୁଷ୍ଠିତ ହେବା ସହ ରାତ୍ରି ୧୨ଟାରୁ ଭୋର ୪ଟା ପର୍ଯନ୍ତ ବିବାହ କାର୍ଯ୍ୟ ଚାଲିବ ।

Related Articles

Back to top button
WP Twitter Auto Publish Powered By : XYZScripts.com