ଓଡ଼ିଶା

ପୋଲିସ ସୁରକ୍ଷା ଥାଇ ବି ମନ୍ଦିରରେ କଳାକନା ବୁଲାଇଲେ ଚୋର, ୧୫ଟି ମୂର୍ତ୍ତି ସହ ଦାନବାକ୍ସରୁ ଚୋରି

ନିମାପଡା: ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରୀ ହୋଇଛି । ଏହି ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା । ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀଙ୍କ ସମେତ ମୋଟ୍ ୧୫ଗୋଟି ମୂର୍ତ୍ତି ସହ ଠାକୁରଙ୍କ ମୁକୁଟ, ଖଡ଼ୁ ଏବଂ ଦାନବାକ୍ସରୁ ଚୋରୀ ହୋଇଛି ।

ଏହି ମନ୍ଦିରକୁ ଦୁଇ ଜଣ ପୋଲିସ କର୍ମଚାରୀ ଜଗିଥିବା ବେଳେ ତାଙ୍କୁ ଚକମା ଦେଖାଇ ମନ୍ଦିରରୁ ଚୋର ଚୋରି କରି ନେଇଛନ୍ତି । ପୋଲିସ ଥାଇ ଯଦି ମନ୍ଦିରରୁ ଚୋରି ହେଉଛି ତେବେ ମନ୍ଦିରକୁ ସୁରକ୍ଷା କିଏ ଦେବ ବୋଲି ପ୍ରଶ୍ନ ଉଠିଛି ।

ଗୁରୁବାର ମନ୍ଦିରରେ ନିତିକାନ୍ତି ସାରି ପୂଜକ ରାତି ୧୦ଟାରେ ମନ୍ଦିର ପହଡ଼ ପକାଇଥିଲେ । ଶୁକ୍ରବାର ସକାଳୁ ପୂଜକ ମନ୍ଦିରକୁ ଆସିବା ପରେ ଦେଖିଥିଲେ ଯେ ମନ୍ଦିର କବାଟର ତାଲା ଭଙ୍ଗା ଯିବା ସହିତ ମନ୍ଦିର ଖୋଲା ପଡ଼ିଛି । ମନ୍ଦିର ଭିତରେ ସିଂହାସନରେ କେବଳ ନୃସିଂହଙ୍କ ମୂର୍ତ୍ତି ଛାଡ଼ି ଆଉ କୌଣସି ମୂର୍ତ୍ତି ନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com