![](https://i0.wp.com/odia.mobilenews24x7.com/wp-content/uploads/2022/06/1646889206-kartik.png?resize=780%2C470&ssl=1)
ନୂଆଦିଲ୍ଲୀ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲିୟାଁ -୨ ବର୍ତ୍ତମାନ ରିଲିଜ୍ ହୋଇ ସାରିଛି। ଏହି ହରର କମେଡି ଫିଲ୍ମ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛି। ଭୁଲ ଭୁଲେୟାଁ-୨ ନିକଟରେ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। ସମସ୍ତ ଫିଲ୍ମକୁ ପଛରେ ପକାଇ ଭୁଲ୍ ଭୁଲେୟାଁ-୨ ବକ୍ସ ଅଫିସରେ ୧୫୦ କୋଟି ବ୍ୟବସାୟ କରିଛି । ଫିଲ୍ମଟି ଭଲ ବ୍ୟବସାୟ କରିବା ପରେ କାର୍ତ୍ତିକ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ପ୍ରଶ୍ନ-ଉତ୍ତର ସେସନରେ କାର୍ତ୍ତିକ ଜଣେ ପ୍ରଶଂସକଙ୍କ ପ୍ରଶ୍ନରେ ବିବାହ ବିଷୟ ଉପରେ କହିଥିଲେ। କାର୍ତ୍ତିକଙ୍କ ଏହି ଉତ୍ତର ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Eligible se taken toh karao phir marriage ki baat karenge. Eligible eligible mein single hi reh jaoonga #AskKartik https://t.co/eHYs2dStj4
— Kartik Aaryan (@TheAaryanKartik) June 7, 2022