ଓଡ଼ିଶା

ମୌସୁମୀ ଆସିବା ଯାଏଁ ଅଗ୍ନି ବର୍ଷା, ଗୁଜୁରାଟରୁ ଆସୁଥିବା ଶୁଷ୍କ ବାୟୁ କାରଣ

ଭୁବନେଶ୍ୱର: ମୌସୁମୀ ଆସିବା ପର୍ଯ୍ୟନ୍ତ ତାତି କମ୍ ରହିବ। ହେଲେ ଅସ୍ୱାଭାବିକ ଗୁଳୁଗୁଳି ଲାଗି ରହିବ। ଫଳରେ ଲାଗିବ ଯେପରି ପ୍ରବଳ ଖରା ଯୋଗୁ ଏଭଳି ଅଗ୍ନିବର୍ଷା ହେଉଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ଆଗାମୀ ୧୩ ତାରିଖ ପର୍ଯ୍ୟନ୍ତ ଏଭଳି ତାତିରୁ ନିସ୍ତାର ମିଳିବ ନାହିଁ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଓ ନୂଆପଡାରେ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ହିଟ୍ ୱେଭ ୱାର୍ଣ୍ଣଂ ଜାରି କରଯାଇଛି। ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ପ୍ରଭୃତି ରାଜ୍ୟରେ ତାପମାତ୍ର ୪୫ ଡିଗ୍ରୀ ରହୁଛି। କେନ୍ଦ୍ରୀୟ ଭାରତର ଏହି ସ୍ଥାନରେ ସୃଷ୍ଟି ହୋଇଛି ଗୁରୁଚାପ। ଏହି ଅଞ୍ଚଳରୁ ଓଡ଼ିଶା ଭିତରକୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଯାହାର ପ୍ରଭାବରେ ରାଜ୍ୟର ବାୟୁ ମଣ୍ଡଳ ଉପରି ଭାଗ ୨ କିଲୋମିଟର ବ୍ୟାପି ଶୁଷ୍କ ରହୁଛି। ଫଳରେ ପ୍ରବଳ ଆଦ୍ରତା ସତ୍ୱେ ମେଘଖଣ୍ଡ ସୃଷ୍ଟି ହେବାରେ ବାଧା ଉପୁଜୁଛି। ତାତି କମିବାର  ନା ଧରୁନି। ତାତି କମ୍ ଥିଲେ ହେଁ ଗୁଳୁଗୁଳି ପ୍ରବଳ ହେଉଛି। ପୁରୀରେ ୭୬%, ପାରାଦ୍ୱୀପରେ ୭୫% ଓ ଭୁବନେଶ୍ୱରରେ ୬୦% ଆଦ୍ରତା ରହୁଛି। ରେକର୍ଡ ତାପମାତ୍ରା ୩୩ ରୁ ୩୫ଡିଗ୍ରୀ ଭିତରେ ରହୁଥିଲେ ହେଁ ଆଦ୍ରତା ରହୁଥିବା ଯୋଗୁ ତାତି ୫ରୁ ୧୦ଡିଗ୍ରୀ ଅଧିକ ଥିବା ଭଳି ଅନୁଭବ ହେଉଛି।

ମେ’ ଶେଷ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁଛି। ତେବେ ଏହି ମୌସୁମୀ ବାୟୁ ଓଡ଼ିଆରେ କେବେ ପ୍ରବେଶ କରିବ ସେ  ନେଇ ଆକଳନ  କରି ପାରିନି ପାଣିପାଗ କେନ୍ଦ୍ର। ଆଗାମୀ  ୫ଦିନ ସୁଦ୍ଧା ମୌସୁମୀ ବର୍ଷା ପାଇଁ ପାଗ ଅନୁକୂଳ ନାହିଁ।

ଚଳିତ ବର୍ଷ ଜୁନ ୧ରୁ ୭ତାରିଖ ଭିତରେ ସାରା ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ମାତ୍ର ୭ମିଲି ମିଟର ହୋଇଛି। ଯାହାକି ସ୍ୱାଭାବିକ ଠାରୁ ୭୩% କମ୍ ବୃଷ୍ଟିପାତ ହୋଇଛି। ଗତବର୍ଷ ଏହି ୭ ଦିନ ଭିତରେ ପ୍ରାୟ ୨୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ଯାହା ସ୍ୱାଭାବିକ ଠାରୁ ଅଧିକ ରହିଥିଲା ବୋଲି ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com