ଜାତୀୟ
କଂଗ୍ରେସ ନେତା ସୂର୍ଯେୱାଲାଙ୍କ ପାଟିରୁ ଖସିଲା କଥା; ଦ୍ରୌପଦୀଙ୍କ କଥା କହୁ କହୁ କହିଲେ ସୀତାଙ୍କର ବସ୍ତ୍ରହରଣ ପରି ବିଜେପି…
![](https://i0.wp.com/odia.mobilenews24x7.com/wp-content/uploads/2022/06/Randeep-Surjewala.jpg?resize=770%2C433&ssl=1)
ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ପାଇଁ ଦେଶ ବିଦେଶରେ ହୋ ହଲ୍ଲା ଚାଲିଥିବା ବେଳେ ଏବେ କଂଗ୍ରେସ ନେତା ସୂର୍ଯେୱାଲାଙ୍କ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି।
ସୂର୍ଯେୱାଲା କେନ୍ଦ୍ର ସରକାରକୁ ଟାର୍ଗେଟ୍ କରି ଗଣମାଧ୍ୟମକୁ ସମ୍ବୋଧନ କଲା ବେଳେ ଦ୍ରୌପଦୀଙ୍କ ବସ୍ତ୍ରହରଣ ସ୍ଥାନରେ ସୀତାଙ୍କର ବସ୍ତ୍ରହରଣ ହୋଇଥିଲା ବୋଲି କହିଥିଲେ। ଯାହାକୁ ନେଇ ବିଜେପି ବିବାଦ ଆରମ୍ଭ କରିଦେଇଛି। ଇଡିକୁ ଅସ୍ତ୍ର କରି କେନ୍ଦ୍ର ସରକାର ଦେଶରେ ଗଣତନ୍ତ୍ର ବ୍ୟବସ୍ଥାର ବସ୍ତ୍ରହରଣ କରୁଛି ବୋଲି କହିବା ବେଳେ ସୂର୍ଯେୱାଲାଙ୍କ ପାଟିରୁ କଥା ଖସିଯାଇଥିଲା।
Big row over Surjewala ‘Cheerharan’ blooper. @milan_reports joins in with more details. #ITVideo #RandeepSurjewala pic.twitter.com/onp0FQI8eQ
— IndiaToday (@IndiaToday) June 9, 2022