ଜାତୀୟମନୋରଞ୍ଜନ

‘ଜର୍ସି’ ସମେତ ଏହି ସବୁ ଫିଲ୍ମକୁ ରିଜେକ୍ଟ କରିଛନ୍ତି ରଶ୍ମିକା, ଲିଷ୍ଟରେ ଅଛି ସଞ୍ଜୟ ଲୀଲା ଭଂସାଲୀଙ୍କ ମୁଭି…

ମୁମ୍ବାଇ: ସାଉଥର ସବୁଠାରୁ ଅଧିକ ଫି ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ରଶ୍ମିକା ମନ୍ଦନା ଅନ୍ୟତମ । କହିବାକୁ ଗଲେ ତାଙ୍କୁ ଅନେକ ଫିଲ୍ମରେ ଅଫର କରାଯାଇଥିଲା । ଯାହାକୁ ସେ ରିଜେକ୍ଟ କରିଥିଲେ । ଏହି ତାଲିକାରେ ବଡ ବଡ ନିର୍ଦ୍ଦେଶକଙ୍କ ନାମ ମଧ୍ୟ ସାମିଲ୍‌ ଅଛି । ନିକଟରେ ତାଙ୍କୁ ସାହିଦ କପୁରଙ୍କ ସହ ଫିଲ୍ମ ‘ଜର୍ସି’ ପାଇଁ ଅଫର କରାଯାଇଥିଲା। କିନ୍ତୁ ରଶ୍ମିକା ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ରଶ୍ମିକା ରଣବୀର କପୁରଙ୍କ ସହ ତାଙ୍କର ଆଗାମୀ ହିନ୍ଦୀ ଚଳଚ୍ଚିତ୍ର ‘ଆନିମଲ’ରେ କାମ କରୁଛନ୍ତି। ଏହି ଫିଲ୍ମକୁ ସନ୍ଦୀପ ରେଡ୍ଡୀ ନିର୍ଦ୍ଦେଶନା ଦେଉଛନ୍ତି। ଏହା ଆସନ୍ତା ବର୍ଷ ଅଗଷ୍ଟରେ ରିଲିଜ୍‌ ହେବ । ଏହା ବ୍ୟତୀତ ରଶ୍ମିକା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ ‘ମିଶନ୍ ମଜନୁ’ରେ ନଜର ଆସିବେ। ତେବେ ଚାଲନ୍ତୁ ଜାଣିବା ରଶ୍ମିକା କେଉଁ କେଉଁ ଫିଲ୍ମ କୁ ରିଜେକ୍ଟ କରିଛନ୍ତି ।

‘ଜର୍ସି’-ସାହିଦ କପୁରଙ୍କ ସହ ରଶ୍ମିକା ମନ୍ଦନାଙ୍କୁ ଫିଲ୍ମ ‘ଜର୍ସି’ ପାଇଁ ଅଫର କରାଯାଇଥିଲା। କିନ୍ତୁ ସେ ଏହି ଚଳଚ୍ଚିତ୍ରକୁ ହଁ କହି ନଥିଲେ। ଫିଲ୍ମ ପାଇଁ ଠିକ୍‌ ସମୟ ଦେଇପାରିବେ ନାହିଁ ବୋଲି କହିଥିଲେ ।

‘RC 15’-ଏସ୍‌ ଶଙ୍କରଙ୍କ ଆଗାମୀ ରାଜୈତିକ ଡ୍ରାମା ଫିଲ୍ମ ‘RC 15’ । ଯେଉଁଥିରେ ରାମ ଚରଣ ଏବଂ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଭୂମିକା କିଆରାଙ୍କ ପୂର୍ବରୁ ରଶ୍ମିକାଙ୍କୁ ଦିଆଯାଇଥିଲା। କିନ୍ତୁ ଅଭିନେତ୍ରୀ କୌଣସି କାରଣରୁ ଫିଲ୍ମ ଅଫରକୁ  ମନା କରିଦେଇଥିଲେ। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ।

ସଞ୍ଜୟଲୀଲା ଭଂସାଲୀଙ୍କ ଫିଲ୍ମ ନା’-ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଞ୍ଜୟ ଲୀଲା ଭନସାଲୀ ରଶ୍ମିକା ଏବଂ ରଣଦୀପ ହୁଡାଙ୍କ ସହ ଏକ ଫିଲ୍ମ କରିବାକୁ ଯୋଜନା କରୁଥିଲେ। କିନ୍ତୁ ରଶ୍ମିକା ତାଙ୍କର ଏହି ଅଫରକୁ ରିଜେକ୍ଟ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com