ବାଣିଜ୍ୟ

ବାଲିଯାତ୍ରା ପଡ଼ିଆରେ ଜାଗା ବିକ୍ରି କାମ ଆରମ୍ଭ

 କଟକ, ୧୧ /୧୦/୨୦୨୨-   ଏଥର ବାଲିଯାତ୍ରା ଧୁମ ଧାମରେ ଆୟୋଜନ କରାଯିବ । ଏଥିପାଇଁ କଟକ ବାଲିଯାତ୍ରା ପଡ଼ିଆରେ ବ୍ୟବସାୟୀ ମାନଙ୍କପାଇଁ  ଜାଗା ବିକ୍ରି କାମ ଚାଲୁ ରହିଛି । ଏହି ପ୍ରକ୍ରିୟାରେ ସହର ଓ ଜିଲ୍ଲାର ସବୁ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ଏକ ସଚେତନତା ରଥ ଆରମ୍ଭ କରିଛି । ଏଥର ବାଲିଯାତ୍ରାରେ ସ୍ଥାନୀୟ ଓ ରାଜ୍ୟର ଵିଭିନ୍ନ ହସ୍ତକଳା ବ୍ୟବସାୟ ଓ ବ୍ୟବସାୟୀମାନଙ୍କୁ ପ୍ରାଥମିକତା ଦେବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । କରୋନା କଟକଣା ଯୋଗୁଁ ଏଭଳି ବ୍ୟବସାୟୀମାନେ ଗତ ୨ ବର୍ଷ ଧରି ଅନେକ କଷ୍ଟ ଭୋଗିଛନ୍ତି । ତେଣୁ ଚଳିତ ବାଲିଯାତ୍ରାରେ ସେମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ କହଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com