ଓଡ଼ିଶା

ଓଡ଼ିଶାରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ; କଟକରେ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ଆଶାୟୀ ପ୍ରାର୍ଥି

କଟକ : ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶ ବ୍ୟାପି ବିରୋଧ ପ୍ରଦର୍ଶନ କରାଯାଉଛି। ଏହାରକ ପ୍ରଭାବ ମଧ୍ୟ ଓଡ଼ିଶାର କଟକ ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠାରେ ଶହେରୁ ଅଧିକ ଆଶାୟୀ ପ୍ରାର୍ଥି କଟକ ସ୍ଥଳସେନା ନିଯୁକ୍ତି କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ସେମାନଙ୍କୁ ପୋଲିସ ସେଠାରୁ ତଡ଼ି ଦେଇଥିଲା। ଏହପରେ ବିକ୍ଷୋଭ କାରୀମାନେ କଟକ ସହରର ବିଭିନ୍ନ ଜାଗାରେ ବିକ୍ଷୋଭ ପ୍ରଦର୍ଶ କରିଥିଲେ। ଫଳରେ ସେମାନଙ୍କୁ ପୋଲିସ ଅଟକ ରଖିବା ପରେ ଛାଡ଼ି ଦେଇଛି ।

ଭାରତ ସରକାରଙ୍କ ଏହି ଯୋଜନା ବିରୁଦ୍ଧରେ ଶୁକ୍ରବାର ଶତାଧିକ ଓଡ଼ିଆ ଯୁବକ ମୋର୍ଚ୍ଚା ବାହାର କରିଛନ୍ତି। ସରକାର ଏକ ପାଖିଆ ଭାବେ ନିଷ୍ପତ୍ତି ନେଇ ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି ବୋଲି ଆଶାୟୀ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି। ତେବେ ସେମାନେ ନିଜ ଅସନ୍ତୋଷ ଜାହିର କରିବା ଆଳରେ ଆଜି କଟକ ସହରର ବିଭିନ୍ନ ସ୍ଥାନରେ ବେଶ୍ ହଂଗାମା କରିଛନ୍ତି।

ଖବର ଆନୁସାରେ, ଅଗ୍ନିପଥ ଯୋଜନା ବିରୋଧରେ ଶୁକ୍ରବାର ସକାଳେ୧୦୦ ଅଧିକ ଯୁବକ ସ୍ଥଳସେନା ନିଯୁକ୍ତି କାର୍ଯ୍ୟାଳୟ ଆଗରେ ବିରୋଧ କରିବା ଆରମ୍ଭ କରିଥିଲେ। ଅବଶ୍ୟ ଏହା ଦ୍ୱାରା ସହରର କୌଣସି ଜାଗାରେ ସେଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ସମସ୍ତ ଆନ୍ଦୋଳନକାରୀ ମାନଙ୍କୁ ପୋଲିସ ଅଟକ ରଖିବା ପରେ ଅପରାହ୍ନରେ ସେମାନଙ୍କୁ ଛାଡି ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com