Breaking NewsFeaturedଓଡ଼ିଶା

୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ୍ ରିସେପଟେକେଲ

ଆରବିଆଇ ନେଲା ବଡ ନିଷ୍ପତ୍ତି । ଏଣିକି ୨ ହଜାର ଟଙ୍କିଆ ନୋଟ ବଦଳେଇବା ପାଇଁ ଆଉ ଦେବାକୁ ପଡିବନି ଲମ୍ବା ଲାଇନ । କାରଣ ଏଣିକି ଡାକରେ ପଠାଇ ଏକ୍ସଚେଞ୍ଚ କରିପାରିବେ ୨ ହଜାର ଟଙ୍କିଆ ନୋଟ । ପୋଷ୍ଟ ଅଫିସ ଜରିଆରେ ୨ ହଜାର ଟଙ୍କିଆ ନୋଟ ଆରବିଆଇ ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଇପାରିବେ । ବିଶେଷ କରି ଆଞ୍ଚଳିକ କାର୍ୟ୍ୟାଳୟକୁ ଯାଇପାରୁ ନ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ବିକଳ୍ପ ବେଶ ଲାଭଦାୟକ ହେବ ବୋଲି ଆଶା ରଖିଛି ଆରବିଆଇ । ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ଜମା କରିବା ପାଇଁ ଆରବିଆଇ ଟ୍ରିପଲ ଲକ୍ ରିସେପଟେକେଲ ବା ଟିଏଲଆର ଫର୍ମ ମଧ୍ୟ ପ୍ରଦାନ କରୁଛି ।

ତେବେ ଦୁଇ ହଜାର ଟଙ୍କିଆ ନୋଟ ବଦଳେଇବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଥିବା ଆଞ୍ଚଳିକ କାର୍ୟ୍ୟାଳୟ ବାହାରେ ଲାଗୁଥିବା ଲମ୍ବା ଧାଡିକୁ ଦେଖି ଆରବିଆଇ ଏଭଳି ଏକ ନିଷ୍ପତ୍ତି ନେଇଛି ବୋଲି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି । ଉଭୟ ଟିଏଲଆର ଏବଂ ବୀମାକୃତ ପୋଷ୍ଟ ବିକଳ୍ପ ଅତ୍ୟନ୍ତ ସୁରକ୍ଷିତ ଏବଂ ଏହାର ବ୍ୟବହାର ନେଇ ଜନସାଧାରଣଙ୍କର କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯେଉଁମାନେ ଆଞ୍ଚଳିକ କାର୍ଯ୍ୟାଳୟକୁ ଯାଇପାରୁ ନାହାନ୍ତି ସେମାନେ ଏହି ଉପୟ ଆପଣେଇ ପାରିବେ । ଗତ ମେ’ ୧୯ ତାରିଖରେ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଥିଲା । ସେବେଠାରୁ ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨ ହଜାର ଟଙ୍କିଆ ନୋଟ୍ ମଧ୍ୟରୁ ୯୭ ପ୍ରତିଶତରୁ ଅଧିକ ନୋଟ୍ ଫେରସ୍ତ ହୋଇଛି । ଏବେ ଆରବିଆଇର ଶାଖା କାର୍ୟ୍ୟାଳୟ ଗୁଡିକରେ ନୋଟ୍ ବଦଳ ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com