କ୍ରୀଡ଼ା

ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

ଚଳିତ ମାସ ଶେଷ ଆଡକୁ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଭାରତ । ଯେଉଁଥିପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ହେଲେ ଏବେ ମିଳିଥିବା ସୂଚନା ମୁତାବକ, କେବଳ ଆୟରଲ୍ୟାଣ୍ଡ ନୁହେଁ ବରଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ପାଣ୍ଡ୍ୟା ଦଳର ନେତୃତ୍ୱ ନେଇପାରନ୍ତି । ଟିମ୍ ଇଣ୍ଡିଆ ଜୁନ୍ ୨୬ ତାରିଖ ଓ ୨୮ ତାରିଖରେ ଆୟରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବ । ଆଉ ଏହାର ମାତ୍ର କିଛି ଦିନ ପରେ ହିଁ ଜୁଲାଇ ୧ ତାରିଖରୁ ଭିନ୍ନ ଏକ ଟିମ୍ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିବ । ଜୁଲାଇ ୧ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଏହି ଟେଷ୍ଟ ମ୍ୟାଚ୍ ଖେଳାଯିବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟେଷ୍ଟ ମ୍ୟାଚ୍ ଶେଷ ହେବାର ମାତ୍ର ଗୋଟିଏ ଦିନ ପରେ ହିଁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ ଭାରତ । ତେଣୁ ଖେଳାଳିମାନଙ୍କୁ ଟେଷ୍ଟ ଫର୍ମାଟରୁ ଟି-୨୦ ଫର୍ମାଟକୁ ଫେରିବାକୁ ଅସୁବିଧା ହୋଇପାରେ ।ଏହାକୁ ଲକ୍ଷ୍ୟ କରି ଆୟରଲ୍ୟାଣ୍ଡରେ ଥିବା ଖେଳାଳିଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଅଧିକ ସୁଯୋଗ ମିଳିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳୁଛି । ତେବେ ଯଦି ଏହା ହୁଏ, ତେବେ ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଆୟରଲ୍ୟାଣ୍ଡ ନୁହେଁ ବରଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଅଧିନାୟକ ଭାର ସମ୍ଭାଳିବା ଦେଖିବାକୁ ମିଳିପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com