କ୍ରୀଡ଼ା

ନକ୍ଆଉଟ୍ ମ୍ୟାଚ୍ ରେ ଇତିହାସ ସୃଷ୍ଟି କଲା ପର୍ତ୍ତୁଗାଲ୍, ୧୬ ବର୍ଷ ପରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ଦଳ

ଭୁବନେଶ୍ୱର : ଫିଫା ବିଶ୍ୱକପ ୨୦୨୨ ରେ ଅଷ୍ଟମ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍ ୬ ଡିସେମ୍ବରରେ ପର୍ତ୍ତୁଗାଲ ଏବଂ ସ୍ୱିଜରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ନକ୍ଆଉଟ୍ ମ୍ୟାଚ୍ ରେ ସେ ପର୍ତ୍ତୁଗାଲ୍ ସ୍ୱିଜରଲ୍ୟାଣ୍ଡକୁ ୬-୧ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ।

ପର୍ତ୍ତୁଗାଲର ଦଳ ୧୬ ବର୍ଷ ପରେ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିବାରେ ସକ୍ଷମ ହୋଇଛି । ଏହି ମ୍ୟାଚରେ ପର୍ତ୍ତୁଗାଲରୁ ଗୋଲ ବର୍ଷା ହୋଇଥିଲା। କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କର ପ୍ରଥମ ବିଶ୍ୱକପ୍ ଖେଳୁଥିବାବେଳେ ପର୍ତ୍ତୁଗାଲର ଦଳ ବିଶ୍ୱକପରେ ସେମିଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚର ହିରୋ ଥିଲେ ଗୋଞ୍ଜାଲୋ ରାମୋସ୍ ଯିଏ ବିପକ୍ଷ ଦଳ ଉପରେ ହଇଚଇ ସୃଷ୍ଟି କରିଥିଲେ। କ୍ୱାର୍ଟର ଫାଇନାଲରେ ପର୍ତ୍ତୁଗାଲ ମୋରୋକୋକୁ ଭେଟିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com