ଓଡ଼ିଶା

କୋରାପୁଟ ମାଲକାନଗିରିରେ ଅଜଣା ରୋଗ ଆତଙ୍କ, ସପ୍ତାହରେ ୧୧ ମୃତ

ଅଜଣା ରୋଗରେ  ୩ ଜଣଙ୍କ ମୃତ୍ୟୁ । ଅଜଣା ରୋଗରେ ସପ୍ତାହକ ମଧ୍ୟରେ ଗଲାଣି ୩ ଜଣଙ୍କ ଜୀବନ । କୋରାପୁଟ ବୈପାରିଗୁଡା ଦଣ୍ଡାବାଡିର କାଣ୍ଡିକିଗୁଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ଏହି ରୋଗର କାରଣ ଏଯାଏ ଜଣାପଡ଼ିନାହିଁ। ଗ୍ରାମବାସୀଙ୍କ କହିବା ଅନୁସାରେ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛନ୍ତି । ୧୫ରୁ  ୨୦ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି। ଗତ ସପ୍ତାହକ ମଧ୍ୟରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଛି। କାଲି ୭ ଜଣିଆ ଡ଼ାକ୍ତରୀଦଳ ଗାଁକୁ ଯିବେ । ଗତବର୍ଷ ମଧ୍ୟ ଏହି ସମୟରେ ହିଁ ଏଭଳି ଅଜଣା ରୋଗରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି । ଅଗଷ୍ଟ ମାସ ଶେଷ ଏବଂ ସେପ୍ଟେମ୍ବର ମାସ ପ୍ରଥମ ଭାଗରେ ହିଁ ଲୋକେ ମୁଖ୍ୟତଃ ଏହି ରୋଗରେ ଆକ୍ରାନ୍ତ ହେବା ସହ ମୃତ୍ୟୁବରଣ କରୁଛନ୍ତି ଲୋକ । ସେପଟେ ମାଲକାନିଗିର ମାଥିଲି ହଳଦିକୁଣ୍ଡ ଗାଁରେ ଅଜଣା ରୋଗ ଆତଙ୍କ  । ସପ୍ତାହରେ ଗଲାଣି ୧୧ ଜୀବନ । ହାତଗୋଡ ଫୁଲିବା ସହ ଜ୍ବରରେ ହଠାତ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ଏପଟେ ଲୋକେ କିନ୍ତୁ ଗୁଣିଆ କିମ୍ବା କ୍ବାକର ଆଶ୍ରୟ ନେଉଛନ୍ତି । କ୍ବାକଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ରୋଗୀ ମଧ୍ୟ ମୃତ୍ୟୁ ମୁଖରେ ପଡିଛନ୍ତି। ଶୁକ୍ରବାର ସଂପୃକ୍ତ କ୍ବାକକୁ ଗିରଫ କରି ମାଥିଲି ପୋଲିସ ତରଫରୁ କୋର୍ଟ ଚାଲାଣ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com