ଜାତୀୟମନୋରଞ୍ଜନ

ବଲିଉଡରେ ୩୦ ବର୍ଷ , ୩ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟର ରାଜା ଅକ୍ଷୟ କୁମାର

() ଗତ 3 ଦଶନ୍ଧି ଧରି ବଲିଉଡରେ ରାଜ କରୁଛନ୍ତି ଅଭିନେତା ଅକ୍ଷୟ କୁମାର। କେବେ କଲେଜ ଛାତ୍ର ତ ଆଉ କେବେ ଜଣେ ନିହାତି ଅଭାବୀ ସଂଘର୍ଷରତ ସାଧାରଣ ମଣିଷ, କେତେବେଳେ ଜଣେ ଯବାନ, ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ, ଆଉ କେତେବେଳେ ଜଣେ କମେଡି କିଙ୍ଗ୍ ଅବା ଖଳନାୟକ…. ପରଦାରେ ଏ ସବୁ ଚରିତ୍ରକୁ ସେ ନିଖୁଣ ଭାବେ ପରିଷ୍ପୁଟ କରିଛନ୍ତି ନିଜ ଅଭିନୟ ଚାତୁରୀ ଜରିଆରେ ।

ଅକ୍ଷୟ କୁମାର ଏକାଧାରାରେ ଜଣେ ସୁଦକ୍ଷ ମାର୍ସଲ୍ ଆର୍ଟ ଖେଳାଳି ଓ ଜଣେ ଭଲ ଖାନସାମା (ସେଫ୍) ଆଉ ଜଣେ ସଫଳ ଅଭିନେତା । ସେଥିପାଇଁ ତ ପରଦାରେ ସେ କେବେ ବି ଅଭିନୟ କରିବା ପରି ମନେହୁଏନି । ସେଇ ବହୁମୁଖୀ ପ୍ରତିଭା କାରଣରୁ ହିଁ ସେ ବଲିଉଡ୍ ରେ ଗତ 3 ଦଶନ୍ଧୀ ଧରି ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛନ୍ତି । ଅନେକ  ନୂଆ କଳାକାର ଆସିଛନ୍ତି ଆଉ ଆସୁଛନ୍ତି ହେଲେ ଅକ୍କିଙ୍କ ଯାଦୁ ପୂରା ନିଆରା ।

 

ସହ-କଳାକାର ଅକ୍କିଙ୍କ ଏହି ସଫଳତା ପାଇଁ ଟ୍ବିଟ୍ କରି ବିଶେଷ ଶୁଭକାମନା ଜଣାଇଛନ୍ତି ତାଙ୍କ ପ୍ରିୟ ବନ୍ଧୁ ଅଜୟ ଦେବଗନ୍ । ଅଜୟ ଦେବଗନ୍ ତାଙ୍କ ଅଫିସିଆଲ୍ ଟ୍ୱିଟରରେ ଟ୍ୱିଟ୍ କରି ସେୟାର କହିଛନ୍ତି ଯେ, “ଅଭିନନ୍ଦନ ଆକ୍କି । ସିନେମାରେ 30 ବର୍ଷ ଏବଂ ଆହୁରି ଅନେକ ଦଶନ୍ଧି ଆସିବ। ଆଶା କରୁଛି ଆପଣ ନୂତନ ରେକର୍ଡ ସ୍ଥାପନ କରିବେ ।

ଏହାର ଉତ୍ତରରେ ଅକ୍ଷୟ କୁମାର ଲେଖିଛନ୍ତି, ଅଜୟ ଧନ୍ୟବାଦ, ଆପଣଙ୍କ ପରି ଜଣେ ସାଥୀ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ତୁମର ଜୀବନ ପ୍ରେମରେ ପରିପୂର୍ଣ୍ଣ । ଫିଲ୍ମ କ୍ୟାରିଅରରେ ଏହି ମାଇଲଷ୍ଟୋନ୍ ଅବସରରେ ଅକ୍ଷୟକୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ପୃଥ୍ବୀରାଜର ରିଲିଜ୍ ତାରିଖ ସେୟାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com