ବାଣିଜ୍ୟ

ଡଲାର ତୁଳନାରେ ଆହୁରି ହ୍ରାସପାଇବ ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ, ୨୫/୦୬/୨୨- ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏବେ ଆହୁରି କମିବ । ଚଳିତ ସପ୍ତାହରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ବର୍ତ୍ତମାନ ଗୋଟିଏ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ଦର ୭୯ ଟଙ୍କାରେ ରହିଛି । ଆକଳନ କରାଯାଉଛି ଚଳିତ ବର୍ଷ ଶେଷ ସୁଦ୍ଧା ଏହା ୮୦ ଟଙ୍କାକୁ ଖସିଆସିବ । ଚଳିତ ସପ୍ତାହରେ ଟଙ୍କାର ମୂଲ୍ୟ ୭୮.୩୩ ରହିଥିଲା । ତେବେ ଟଙ୍କାର ମୂଲ୍ୟ ହ୍ରାସର ପ୍ରମୁଖ କାରଣ ହେଉଛି ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ମନିଟାରୀ ପଲିସି ଏବଂ ବୈଦେଶିକ ନିବେଶକମାନଙ୍କ ବ୍ୟବସାୟରେ କ୍ଷତି ।
ଅର୍ଥନୀତିଜ୍ଞ ମାନଙ୍କ କହିବା କଥା ଫେଡେରାଲ ରିଜର୍ଭ ବ୍ୟାଙ୍କ ୧୯୯୪ ପରେ ସୁଧହାରରେ ସବୁଠାରୁ ଅଧିକ ବୃଦ୍ଧି କରିଥିଲା । ସୁଧହାର ୭୫ ବେସିସ ପଏଣ୍ଟ ବଢିବା ପରେ ଏଭଳି ସ୍ଥିତି ଦେଖାଦେଇଛି । ଜୁଲାଇରେ ମଧ୍ୟ ସୁଧହାର ବୃଦ୍ଧି ନେଇ ସମ୍ଭାବନା ଥିବା ଅନୁମାନ କରାଯାଉଛି । ଏହା ହେବା ଫଳରେ ଡଲାରର ସ୍ଥିତି ଆହୁରି ସୁଦୃଢ ହୋଇଯିବ । ଭାରତର ବିଦେଶୀ ମୁଦ୍ରାଭଣ୍ଡାର ବର୍ତ୍ତମାନ ତଳକୁ ଖସିବା ସହ ୫୯୦ ବିଲିୟନ ଡଲାରରେ ପହଞ୍ଚିଛି । ତେବେ ଏହା ସନ୍ତୋଷଜନକ ସ୍ତରରେ ରହିଥିବା କୁହାଯାଉଛି । ସେହିଭଳି ମହଙ୍ଗାକୁ ନେଇ ସେହିଭଳି କୌଣସି ଚିନ୍ତାର କାରଣ ନାହିଁ ବୋଲି ଅର୍ଥ ବିଶେଷଜ୍ଞମାନେ କହିଛନ୍ତି । ତେବେ ଭାରତ ପାଇଁ ୭ ପ୍ରତିଶତର ଦର ବହୁତ ଅଧିକ କୁହାଯାଉଛି । ଅଶୋଧିତ ତୈଳ ଦର ବୃଦ୍ଧି ବର୍ତ୍ତମାନ ସବୁଠାରୁ ବଡ ଚ୍ୟାଲେଞ୍ଜ । ଭାରତ ତାର ଆବଶକତାର ୮୫ ପ୍ରତିଶତ ତେଲ ବାହାରୁ ଆମଦାନୀ କରିଥାଏ । ତେଣୁ ଟଙ୍କାର ସ୍ତର ବର୍ତ୍ତମାନ ଦୁର୍ବଳ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com