ବାଣିଜ୍ୟ

ମଦ୍ରାସାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଉ ମିଳିବନି ଛାତ୍ରବୃତ୍ତି

ନୂଆଦିଲ୍ଲୀ , ୨୮/୧୧/୨୦୨୨-  ମଦ୍ରାସାରେ ବନ୍ଦ ହେଲା ସ୍କଲାରସିପ୍ । ତେବେ ଏହି ବନ୍ଦ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ କାର୍ଯ୍ୟକାରୀ ହେବ । କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ମଦ୍ରାସା ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଯେଭଳି ମାଗଣାରେ ପାଠପଢା, ପୁସ୍ତକ ଏବଂ ମଧ୍ୟାହ୍ନ ଭୋଜନ ଆଦି ସରକାରୀ ସୁବିଧା ମିଳୁଛି ତାହ ବଳବତ୍ତର ରହିବ । ଏହାଦ୍ୱାରା ପାଖାପାଖି ୧୬୫୫୮ ମଦ୍ରାସାର ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ସ୍କଲାରିସପ୍ ବନ୍ଦ ହେବ । କିନ୍ତୁ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପୂର୍ବପରି ସ୍କଲାରସିପ୍ ପାଇ ପରିବେ ବୋଲି କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି । ବର୍ତ୍ତମାନ ମଦ୍ରାସାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ମିଳୁଥିବାବେଳେ, ପଞ୍ଚମରୁ ଅଷ୍ଟମ ଯାଏଁ ଅଲଗା ଅଲଗା କୋର୍ସ ମୁତାବକ ଛାତ୍ରବୃତ୍ତି ମିଳୁଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com