ବାଣିଜ୍ୟ

ଭଙ୍ଗା ଦଦରା ଘରେ ରହୁଛନ୍ତି ଅର୍ପିତା ମୁଖାର୍ଜୀଙ୍କ ମାଆ

କୋଲକାତା, ୩୦/୦୭/୨୦୨୨- ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ପିତାଙ୍କ ବାସଭବନରୁ ଇଡି ୫୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫ କିଲୋ ସୁନା ଜବତ କରିଛି। ସବୁଠୁ ଆଶ୍ଚର୍ଯ୍ୟକର କଥା ଯେଉଁ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫ କିଲୋ ସୁନା ବାହାରିଛି, ତାଙ୍କ ମାଆ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଅର୍ପିତାଙ୍କ ମାଆ କୋଲକାତାଠୁ ଅନତି ଦୂର ନିଜ ପୈତୃକ ଘରେ ରହୁଛନ୍ତି। ତାଙ୍କ ପୈତୃକ ଘର ଉତ୍ତର ୨୪ ପ୍ରଗଣାର ବେଘୋରିଆ ଅଞ୍ଚଳରେ । ଆଉ ଏହି ଘରଟି ଭଙ୍ଗା ଦଦରା ଅବସ୍ଥାରେ ରହିଛି। ଏହି ଘର ପ୍ରାୟ ୫୦ ବର୍ଷର ପୁରୁଣା ହୋଇଥିବାରୁ ଚାଡିଆଡେ ଫାଟ ସୃଷ୍ଟି ହେଲାଣି। ଏହି ଘରେ ରହୁଥିବା ଅର୍ପିତାଙ୍କ ରୋଗୀଣା ମାଆଙ୍କ ପାଖରେ ମୌଳିକ ସୁବିଧା ମଧ୍ୟ ନାହିଁ। ନିଜ ଝିଅ କଥା ମନେ ପକାଇ ସେ କହିଛନ୍ତି, ଅର୍ପିତା କିଛି ସପ୍ତାହ ତଳେ ଏଠାକୁ ଆସିଥିଲା। ସେ ଏଠାରେ ଅଧିକ ସମୟ କେବେ ରହେନି। ସେ ଅଧିକାଂଶ ସମୟ ନିଜ ଘରେ ରହେ। ଅର୍ପିତା ନିଜ ରୋଗୀଣା ମାଆଙ୍କୁ ଭେଟିବାକୁ ଯାଆନ୍ତି ଏବଂ ତାଙ୍କ ସହ ୨ରୁ ୩ ଘଣ୍ଟା ରୁହନ୍ତି। ମାଆଙ୍କ ନିତି ଦିନିଆ କାମ ପାଇଁ ଅର୍ପିତା ଦୁଇ ଜଣ ସହାୟକଙ୍କ ବ୍ୟବସ୍ଥା ମଧ୍ୟ କରିଛନ୍ତି । ମିନତୀ କହିଛନ୍ତି, ଅର୍ପିତା ମୋ କଥା ମାନିଥିଲେ ତାର ବିବାହ କରାଇ ସାରନ୍ତିଣି। ତା ବାପା ସରକାରୀ ଚାକିରିଆ ଥିଲେ, ଏଥିପାଇଁ ତାକୁ ଚାକିରି ମଧ୍ୟ ମିଳି ପାରିଥାନ୍ତା । ହେଲେ ଏଥିରେ ତାର ରୁଚି ନାହିଁ। ସେ ଏହି ଘର ବହୁତ ଦିନରୁ ଛାଡି ସାରିଛି। ସେ ଫିଲ୍ମ ଏବଂ ଟିଭିରେ କାମ କରିବାକୁ ଚାହୁଁଥିଲା। ଇଡିର ଯାଞ୍ଚ ଉପରେ ପ୍ରତିକ୍ରିୟା ଦେଇ ଅର୍ପିତାଙ୍କ ମାଆ କହିଛନ୍ତି, ମୁଁ ତା ବିଷୟରେ ସମାଚାରରେ ଶୁଣିଛି। ମୋତେ ପଇସା ବିଷୟରେ କିଛି ଜଣା ନାହିଁ। ଏହା ଆଇନଗତ ମାମଲା। ମୁଁ ତାକୁ ଏହି ବିଷୟରେ ପଚାରିବାକୁ ଚେଷ୍ଟା କରିବି।

Related Articles

Back to top button
WP Twitter Auto Publish Powered By : XYZScripts.com