ଓଡ଼ିଶା

ଆଜି ନୂଆଗାଁରୁ ପୁରୀକୁ ନୂତନ ଟ୍ରେନ୍‌ର ଶୁଭାରମ୍ଭ କରିବେ କେନ୍ଦ୍ର ରେଳମନ୍ତ୍ରୀ

ଖୋର୍ଦ୍ଧା, ୩୦/୦୬/୨୨- ବଲାଙ୍ଗୀର ରେଳପଥର କାର୍ଯ୍ୟ  ଆଗକୁ ଆଉ ପାଦେ ବଢିଛି । ନୟାଗଡ ଜିଲ୍ଲା ମହିପୁର ଷ୍ଟେସନଠାରୁ ନୂଆଗାଁ ପର୍ଯ୍ୟନ୍ତ ୧୩ କି.ମି. କାର୍ଯ୍ୟ ଶେଷ ହୋଇଛି । ଗୁରୁବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହିପୁର ନୂଆଗାଁ ରେଳ ସେକ୍ସନର ଶୁଭାରମ୍ଭ ଅପରାହ୍ନ ୩ଟାରେ କରିବେ । ଏଠାରେ ସେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମର ସମୀକ୍ଷା କରିବା ସହ ଭୁବନେଶ୍ୱର ମହିପୁର ପାସେଞ୍ଜର ଟ୍ରେନ୍‌ର ନୂଆଗାଁ ରୋଡ୍‌ ପର୍ଯ୍ୟନ୍ତ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିବେ । ଏହା ସହିତ ନୂଆଗାଁରୁ ପୁରୀକୁ ନୂତନ ଟ୍ରେନ୍‌ର ଶୁଭାରମ୍ଭ ଏବଂ ବୋଲଗଡ ପାସେଞ୍ଜର ହଲ୍ ଠାରେ ସେବା ଏକ୍ସପ୍ରେସ୍‌ ରହଣି ପାଇଁ ଘୋଷଣା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେବାର ସୂଚନା ରହିଛି । ପୂର୍ବରୁ ୨୦୨୦ ମଧ୍ୟରେ ନୂଆଗାଁ ପର୍ଯ୍ୟନ୍ତ ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ବି  କରୋନା ପାଇଁ ଏହି କାମ ବହୁ ବିଳମ୍ବ ହୋଇଥିଲା । ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ନୂଆଗାଁ ପର୍ଯ୍ୟନ୍ତ ୬୫ କି.ମି. ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।  ଗତ ମାର୍ଚ୍ଚ ୨୩ ତାରିଖରେ ଦକ୍ଷିଣ ପୂର୍ବ ସର୍କଲ ରେଳ ସୁରକ୍ଷା କମିଶନର୍ ଶୁଭୋମୟ ମିତ୍ର ନୟାଗଡ ଆସି ସେଠାରୁ ସୁରକ୍ଷା ଯାଞ୍ଚ ବଗିରେ ନୂଆଗାଁ ପର୍ଯ୍ୟନ୍ତ ଯାଇ ସୁରକ୍ଷା ଯାଞ୍ଚ କରିଥିଲେ । ଗୁରୁଠାରୁ ନୂଆଗାଁକୁ ରେଳ ଚଳାଚଳ ଆରମ୍ଭ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com