Breaking NewsFeaturedଅନ୍ତର୍ଜାତୀୟ

ବିଶ୍ୱର ସୁନ୍ଦର ଓ ଭୟଙ୍କର ଦ୍ୱୀପ, ଯେଉଁଠିକୁ ଗଲେ ଫେରିବା ଗ୍ୟାରେଣ୍ଟି ନଥାଏ…

ଜାଣନ୍ତୁ କାହିଁକି...

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସାଧାରଣତଃ ଦ୍ୱୀପର ନଜାରା ଖୁବ୍ ସୁନ୍ଦର ହୋଇଥାଏ । ଯେକେହିବି ଏହା ସୁନ୍ଦରତାକୁ ଦେଖିଲେ ଉପଭୋଗ କରିବା ପାଇଁ ପାଗଳ ହୋଇଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି କିଛି ଦ୍ୱୀପ ସମ୍ପର୍କରେ ଜଣାଇବୁ ଯାହା ଦେଖିବାକୁ ତ ଖୁବ୍ ସୁନ୍ଦର କିନ୍ତୁ ତାଠାରୁ ଅଧିକ ଭୟଙ୍କର । ପ୍ରାୟତଃ ଲୋକମାନେ ଛୁଟି କାଟିବାକୁ ପ୍ରକୃତିର ଅଦ୍ଭୁତ ରୂପରାଜିକୁ ଉପଭୋଗ କରିବା ପାଇଁ ବୁଲିବାକୁ ଯାଇଥାନ୍ତି । କେହି କେହି ପାହାଡ଼ ଚଢନ୍ତି ତ କେହି ସମୁଦ୍ର କୂଳରେ ଭ୍ରମଣ କରନ୍ତି ଆଉ କେହି ବିଭିନ୍ନ ଦ୍ୱୀପ ବୁଲିବାକୁ ଯାଆନ୍ତି । କିଛି କିଛି ଦ୍ୱୀପ ଏତେ ସୁନ୍ଦର ହୋଇଥାଏ ଯେ ଏହା ଆମକୁ ନିଜ ଆଡ଼କୁ ଟାଣି ନିଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର କିଛି ଏମିତି ଦ୍ୱୀପ ସମ୍ପର୍କରେ କହିବୁ ଯାହାତ ଦେଖିବାକୁ କୁବ୍ ସୁନ୍ଦର କିନ୍ତୁ ଏହା ସହ ଏତେ ଭୟଙ୍କ ଯେ ଏଠାକୁ ଯିବା ଅର୍ଥ ଜୀବନକୁ ବିପଦରେ ପକାଇବା ।

  • ସବା ଦ୍ୱୀପ

Saba Island

ଏହିଭଳି ଏକ ଦ୍ୱୀପ ହେଉଛି ସବା ଦ୍ୱୀପ । ଯାହା ନେଦରଲ୍ୟାଣ୍ଡରେ ଅବସ୍ଥିତ । ଏହି ଛୋଟ ଦ୍ୱୀପର କ୍ଷେତ୍ରଫଳ ମାତ୍ର ୧୩ ବର୍ଗ କିଲୋମିଟର । ଏହା ଖୁବ୍ ଆକର୍ଷଣୀୟ ମଧ୍ୟ । କିନ୍ତୁ ଏଠାରେ ଭୟଙ୍କ ସମୁଦ୍ର ଝଡ଼ ଆସିଥାଏ । ଯେଉଁକାରଣରୁ ଏହା ପାଖ ଆଖରେ ଅନେକ ଯାହାଜ ଭାଙ୍ଗି ପାଣିରେ ବୁଡ଼ି ଯାଇଛି । ବର୍ତ୍ତମାନ ଏହି ଦ୍ୱୀପରେ ପାଖାପାତ୍କ ୨୦୦୦ ଲୋକ ବସବାସ କରୁଛନ୍ତି ।

  • କୁମ୍ଭୀର ଦ୍ୱୀପ , ରାମ୍ରୀ ଦ୍ୱୀପ

ramree island

ଦ୍ୱିତୀୟ ଦ୍ୱୀପ ହେଉଛି ରାମ୍ରୀ ଦ୍ୱୀପ , ଯାହା ମିଆଁମାର୍‌ରେ ଅବସ୍ଥିତ । ଏହାକୁ କୁମ୍ଭୀର ଦ୍ୱୀପ ମଧ୍ୟ କୁହାଯାଏ । ଏଠାରେ ଭୟଙ୍କର କୁମ୍ଭୀରମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଅନେକ ହ୍ରଦ ମଧ୍ୟ ରହିଛି । ଏହି ଦ୍ୱୀପର ନାଁ ଗିନିଜ ୱାର୍ଲ୍ଡ ରେକର୍ଡ଼ ବୁକ୍ ରେ ମଧ୍ୟ ସ୍ଥାନ ପାଇଛି । କାରଣ ଏଠାରେ ରହୁଥିବା କୁମ୍ଭୀରମାନେ ସବୁଠାରୁ ଅଧବକ ଲୋକଙ୍କୁ କ୍ଷତି ପହଞ୍ଚାଇଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏଠାରେ ୧୦୦୦ ଜାପାନୀ ସୈନ୍ୟ ରହୁଥିଲେ । କିନ୍ତୁ ଏହି ଭୟଙ୍କର କୁମ୍ଭୀରମାନେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ଛାଡ଼ି ବାକି ୯୮୦ ଜଣଙ୍କୁ ଚୋବାଇ ଯାଇଥିଲେ । କିନ୍ତୁ କିଛି ବୈଜ୍ଞାନିକ ଓ ଐତିହାସିକମାନେ ଏହାକୁ ସତ ବୋଲି ମାନନ୍ତି ନାହିଁ ।

  • ଆଇଶୋଲ ଲା ଗୈଓଲା

Isola la Gaiola

ଆଇଶୋଲ ଲା ଗୈଓଲା ଆଉ ଏକ ଭୟଙ୍କର ଦ୍ୱୀପ , ଯାହା ଇଟାଲୀରେ ଅବସ୍ଥିତ ଅଟେ । ଏହି ଛୋଟ ଦ୍ୱୀପ ନେପଲସ୍‌ର ଖାଡ଼ିରେ ରହିଛି ଯାହାର କାହାଣୀ ଖୁବ୍ ଭୟଙ୍କର ଅଟେ । କୁହାଯାଏ କି ଯିଏ ବି ଏହାକୁ କିଣିଥାଏ ତାର ମୃତ୍ୟୁ ହୋଇଯାଏ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ସହ କିଛି ଦୁର୍ଘଟଣା ମଧ୍ୟ ଘଟିଥାଏ । ଏହି ଦ୍ୱୀପକୁ କିଣି ଥିବା କିଛି ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ ଏହି ଦ୍ୱୀପ ସରକାରଙ୍କ ଅଧିନରେ ରହିଛି । ଲୋକମାନେ ଏଠାକୁ ବୁଲିବାକୁ ତ ଆସନ୍ତି କିନ୍ତୁ ରାତି ହେବା ପୂର୍ବରୁ ଫେରିଯାଆନ୍ତି ।

  • ଲୁଜୋନ ଦ୍ୱୀପ

Luzon islands

ଫିଲିପାଇନ୍ସର ଲୁଜୋନ ଦ୍ୱୀପ, ଆଗ୍ନେୟଗିରି ଦ୍ୱୀପ ନାମରେ ପ୍ରସିଦ୍ଧ । ଏହା ଏକ ସକ୍ରିୟ ତଥା ଜ୍ୱାଳାମୁଖୀ ରହିଛି ଯାହାକୁ “ତାଲ୍ ୱଲକେନୋ ” ବି କୁହାଯାଏ । ଏହି ଜ୍ୱାଲାମୁଖୀ ନିକଟରେ ଏକ ହ୍ରଦ ରହିଛି ଯାହାକୁ ତାଲ୍ ଝିଲ୍ ବି କୁହାଯାଏ । ବିଶ୍ୱର କୋଣ ଅନୁକୋଣରୁ ଲୋକମାନେ ଏହି ଦ୍ୱୀପକୁ ଦେଖିବାକୁ ଆସନ୍ତି । ଏହି ସ୍ଥାନକୁ ଯିବା ବିପଜ୍ଜନକ ଅଟେ । କାରଣ କେତେବେଳେ ଜ୍ୱାଳାମୁଖୀ ବିସ୍ଫୋରିତ ହେବ କେହି କହିପାରିବେ ନାହିଁ । ନିକଟରେ ଏହିପରି ଏକ ଘଟଣା ଘଟିଥିଲା । ଯାହାପରେ ଏହାର ଆଖପାଖ ଅଞ୍ଚଳକୁ ଖାଲି କରିଦିଆଯାଇଥିଲା ।

 

Related Articles

Back to top button
WP Twitter Auto Publish Powered By : XYZScripts.com