କ୍ରୀଡ଼ା

ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…

ନୂଆଦିଲ୍ଲୀ: ଟେନିସକୁ ବାଏବାଏ କରିବେ ରାଫେଲ ନାଦାଲ !  ବିଶ୍ବର ଅନ୍ୟତମ ଷ୍ଟାର ଟେନିସ୍‌ ଖେଳାଳି ତଥା ସବୁଠାରୁ ଅଧିକ ଗ୍ରାଣ୍ଡ ସ୍ଲାମ୍‌ ଟାଇଟଲ ଜିତିଥିବା ରେଫଲ୍‌ ନାଦାଲଙ୍କୁ ନେଇ ଏବେ ଚକିତ କରିବା ଭଳିତ ଖବର ଆସିଛି । ଲମ୍ବା ସମୟ ଧରି ଟେନିସ୍‌ରେ ଦବଦବା ଜାରି ରଖିଥିବା ନାଦାଲଙ୍କୁ ଏବେ ସ୍ବାସ୍ଥ୍ୟ ହିଁ ସାଥ୍‌ ଦେଉନାହିଁ । ତେଣୁ ସେ ଖୁବଶୀଘ୍ର ଟେନିସରୁ ବିଦାୟ ନେଉଥିବା ଚର୍ଚ୍ଚା ହେଉଥିଲା । ଆଉ ସେହି ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଇଥିଲା ରାଫେଲ ନାଦାଲଙ୍କ ଏକ ମନ୍ତବ୍ୟ । ସେ ନିଜେ ହିଁ କିଛିଦିନ ତଳେ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ରାଫେଲ ନାଦାଲ କହିଥିଲେ ଯେ, ‘କିଛି ସପ୍ତାହ ପୂର୍ବରୁ ସେ ବ୍ୟକ୍ତିଗତ ଭାବେ କିଛି ଠିକ୍ ଅନୁଭବ କରୁନଥିଲେ । ସ୍ବାସ୍ଥ୍ୟ ସାଥ୍‌ ଦେଉନଥିଲା । ତେଣୁ ସେ ଅବସର ନେବାକୁ ଆପାତତ୍‌ ଭାବିନେଇଥିଲେ’ । ନାଦାଲଙ୍କ ଏହି ମନ୍ତବ୍ୟ ‘ମୁଁ ବହୁତ ନିକଟତର ଥିଲି’ରୁ ଚର୍ଚ୍ଚା ହେଉଥିଲା ଯେ, ସେ ଖୁବଶୀଘ୍ର ଟେନିସ୍‌ରୁ ବିଦାୟ ନେବାକୁ ଚାହୁଁଥିଲେ । ସେ ଆହୁରି ମଧ୍ୟ କହିଥିଲେ, ‘ସେ ଦିନ ଆସିବା ଭାବି ସେ କେବେ ଭୟ କରିନାହାଁନ୍ତି । ଟେନିସ ତାଙ୍କୁ ପରିଚୟ ଦେଇଛି । ଜୀବନ ସହିତ ଟେନିସ ଅଙ୍ଗାଙ୍ଗୀ ଭାବେ ଜଡିତ । ଗତ ୩୦ ବର୍ଷ ହେଲା ଟେନିସ ତାଙ୍କୁ ବହୁତ କିଛି ଦେଇଛି ବୋଲି ସେ କହିଥିଲେ ।

ଆହତ ସମସ୍ୟା ବଢାଇଛି ଚିନ୍ତା

ଟେନିସ କ୍ୟାରିୟରରେ ୨୨ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ରାଫେଲ ନାଦାଲ ଅନେକ ସମୟରେ ଆହତ ସମସ୍ୟା ଦେଇ ଗତିକରିଛନ୍ତି । ଚଳିତ ବର୍ଷ ଦୁଇ ଦୁଇଟି ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ହୋଇସାରିଲେଣି ନାଦାଲ । ପ୍ରଥମେ ଅଷ୍ଟ୍ରେଲିଆନ୍‌ ଓପନ ପରେ ଫ୍ରେଞ୍ଚ୍‌ ଓପନ ଜିତିଥିବା ରାଫେଲଙ୍କ ଏବେ ଓ୍ବିମ୍ବଲଡନରେ ମଧ୍ୟ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଓ୍ବିମ୍ବଲଡନ୍‌ ଓପନର ଦ୍ବିତୀୟ ରାଉଣ୍ଡ ଜିତିସାରିବା ପରେ ନାଦାଲ ଏଭଳି ବୟାନ ଦେଇଛନ୍ତି । ବଡ କଥା ହେଉଛି କ୍ରୋନିକ୍‌ ଫୁଟ୍‌ ଡିଜିଜ୍‌ (ପାଦ ସମସ୍ୟା) ଦେଇ ଗତି କରୁଥିବା ନାଦାଲଙ୍କ ପାଇଁ ଟେନିସ୍‌ କୋର୍ଟରେ ଖେଳିବା ସମ୍ଭବପର ହେଉନାହିଁ । ଦୀର୍ଘଦିନ ହେଲା ସେ ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ ଅନେକ ସମୟରେ ସେ ସନ୍ନ୍ୟାସ ନେଉଥିବା ଚର୍ଚ୍ଚା ମଧ୍ୟ ଉଠିଥିଲା ।

ମ୍ୟୁଲେର୍‌ ଓ୍ବିସ୍‌ ସିଣ୍ଡ୍ରୋମ ଦେଇ ଗତି କରୁଥିବା ସତ୍ତ୍ବେ ଚଳିତ ବର୍ଷ ଦୁଇ ଦୁଇଟି ଗ୍ରାଣ୍ଡ ସ୍ଲାମ୍‌ ଜିତିସାରିଛନ୍ତି ରାଫେଲ ନାଦାଲ । କ୍ୟାରିୟରରେ ମୋଟ ୨୨ଟି ଟାଇଟଲ୍‌ ଜିତିଥିବା ନାଦାଲ ୨ ଥର ଅଷ୍ଟ୍ରେଲିଆନ୍‌ ଓପନ୍, ୧୪ ଥର ଫ୍ରେଞ୍ଚ ଓପନ୍, ୨ ଥର ଓ୍ବିମ୍ବଲଡନ୍‌ ଚାମ୍ପିୟନ ଏବଂ ୪ ଥର ୟୁଏସ୍‌ ଓପନ୍‌ ଚାମ୍ପିୟନ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com