କ୍ରୀଡ଼ା

ଟି-୨୦ ସିରିଜ୍‌ କମ୍‌ କର, ଖେଳାଳିଙ୍କ ଉପରୁ ଚାପ କମିବ- ରବି ଶାସ୍ତ୍ରୀ

ମୁମ୍ବାଇ : ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ୍‌ଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଖେଳାଳିଙ୍କ ଉପରୁ ଲୋଡ କମାଇବାକୁ କିଛି ପରାମର୍ଶ ଦେଇଛନ୍ତି ରବି ଶାସ୍ତ୍ରୀ । ଖାସ୍‌ କରି କ୍ରିକେଟ୍‌ କ୍ୟାଲେଣ୍ଡରରୁ ଟି-୨୦ ସିରିଜ୍‌ କମ କରିବାକୁ କହିଛନ୍ତି ଭାରତୀୟ ଟିମ୍‌ର ଏହି ପୂର୍ବତନ କୋଚ ।

ରବି ଶାସ୍ତ୍ରୀ କହିଛନ୍ତି ଯେ, ବିଗତ କିଛି ଦିନ ହେଲା ଖେଳାଳିଙ୍କ ଉପରେ ବହୁତ ପ୍ରେସର ରହୁଛି । ତେଣୁ ଖେଳାଳିଙ୍କ ଉପରୁ ଲୋଡ କମାଇବାକୁ ହେଲେ ଆମକୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡିବ । ଖାସ୍‌ କରି ଟି-୨୦ ମ୍ୟାଚ୍‌/ସିରିଜ୍‌କୁ କମ୍‌ କରିବାକୁ ପଡିବ । ଦେଖିବାକୁ ଗଲେ ଆଇସିସିର ୨୦୨୩-୨୦୨୭ ମଧ୍ୟରେ ଯାହା ସୂଚୀ ରହିଛି । ସେଥିରେ  ଅଧିକ ଟି-୨୦ ସିରିଜ୍‌ ରହିଛି । ଏହି ସମୟ ମଧ୍ୟରେ ମୋଟ ୧୫ଟି ଟି-୨୦ ସିରିଜ ରହିଛି । ସେଥିମଧ୍ୟରୁ ୯ଟି ସିରିଜ୍‌ରେ ଟିମ୍‌ ଇଣ୍ଡିଆ ଭାଗ ନେବ । ଏଥିରେ ଜଣାପଡୁଛି ଆଇସିସି ଚାହୁଁଛି କଣ ? ମୁଖ୍ୟତଃ ମ୍ୟାଚ୍‌ରୁ ଅଧିକ ଟଙ୍କା ଆଦାୟ କରିବା ଏବେ ଆଇସିସିର ଟାର୍ଗେଟ ରହିଛି ।

ଶାସ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଟି-୨୦ ସିରିଜ୍‌ ଅପେକ୍ଷା ଦିନିକିଆ ମ୍ୟାଚ୍‌ରେ ଅଧିକ ଧ୍ୟାନ୍‌ ଦେବା ଉଚିତ୍‌ । କେବଳ ପ୍ରାଞ୍ଚାଇଜ୍‌ ଟି-୨୦ ଅଧିକ ଖେଳିବା ଉଚିତ୍‌ । ପ୍ରାଞ୍ଚାଇଜ୍‌ କ୍ରିକେଟ୍‌ରୁ ପ୍ରୋତ୍ସାହନ ମିଳିବା ଦରକାର । ତେଣୁ ଆଗାମୀ ଦିନରେ ବିଶ୍ୱକପ୍‌ ଥିବାରୁ ଖେଳାଳିଙ୍କୁ ଅଧିକ ଦିନିକିଆ ମ୍ୟାଚ୍‌ ଖେଳାଇବା ଉଚିତ୍‌ ।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଦିନିକିଆର କ୍ରିକେଟ୍‌ରୁ ଅବସର ନେଇଛନ୍ତି । ଅଧିକ ମ୍ୟାଚ୍‌ ଖେଳୁଥିବାରୁ ବେନ୍‌ ଷ୍ଟୋକ୍ସ ଚାପରେ ରହୁଥିଲେ । ତେଣୁ ସେ ଅବସର ନେଇଛନ୍ତି ବୋଲି କହିଥିଲେ ବେନ୍‌ ଷ୍ଟୋକ୍ସ । ଏହାପର ଠାରୁ କ୍ରିକେଟରଙ୍କ ଉପରେ ଅଧିକ ମ୍ୟାଚ୍‌ ଖେଳିବା ନେଇ ଚାପ ରହିଛି ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com