ଜାତୀୟ

ଅଚାନକ ଟ୍ରେନ ଇଞ୍ଜିନରେ ଲାଗିଗଲା ନିଆଁ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଲା ଯାତ୍ରୀଙ୍କ ଜୀବନ

ମୋତିହାରୀ:  ବିହାର ପୂର୍ବ ଚମ୍ପାରଣ ଜିଲ୍ଲାରେ ରକ୍ସଲ-ନରକଟିଆଗଞ୍ଜ ରେଳଖଣ୍ଡର ଭେଲବା ଷ୍ଟେସନ ନିକଟରେ ରବିବାର ଏକ ପାସେଞ୍ଜର ଟ୍ରେନ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଚଳନ୍ତା ଟ୍ରେନରେ ଘଟିଥିବା ଅଗ୍ନିକାଣ୍ଡ ସମ୍ପର୍କରେ ଜଣାପଡିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶହଶହ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇପାରିଥିବା ବେଳେ ଦମକଳ ବାହିନୀ ପହଞ୍ଚି ନିଆଙ୍କୁ ଆୟତ୍ତ କରିଛନ୍ତି।

ସକାଳ ପ୍ରାୟ ୬ଟା ବାଜି ୧୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନଟି ଭେଲବା ଷ୍ଟେସନ ପାଖାପାଖି ହୋଇଥିବା ବେଳେ ଅଚାନକ ଇଞ୍ଜିନରେ ନିଆଁ ଲାଗି ଜଳିବାକୁ ଲାଗିଥିଲା। ଭୀଷଣ ଧୂଆଁ ଟ୍ରେନ ବଗିରେ ପଶିବା ଯୋଗୁ ଯାତ୍ରୀଙ୍କୁ ମଧ୍ୟ ଅଗ୍ନିକାଣ୍ଡର ସୂଚନା ମିଳିଯାଇଥିଲା। ଡ୍ରାଇଭର ଟ୍ରେନକୁ ମନ୍ଥର କରି ଅଟକାଇବା ସହ ତୁରନ୍ତ ବଗି ଓ ଇଞ୍ଜିନକୁ ପୃଥକ କରିଦେଇଥିଲେ। ଟ୍ରେନରୁ ସବୁ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଇଞ୍ଜିନରେ ନିଆଁ ଲାଗିଥିବା ନେଇ ଷ୍ଟେସନକୁ ଖବର ଦିଆଯିବା ପରେ ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ଟ୍ରେନରେ ନିଆଁ ଲାଗିଥିବା ଜଣାପଡିବାରୁ ଚଳନ୍ତା ଟ୍ରେନରୁ ଯାତ୍ରୀ ଓହ୍ଲାଇଯିବାକୁ ଉଦ୍ୟମ କରିଥିଲେ। ତେବେ ଡ୍ରାଇଭର ଏହା ଜାଣିପାରି ଟ୍ରେନକୁ ମନ୍ଥର କରାଇବା ସହ ରୋକି ଦେଇଥିଲେ। ଫଳରେ ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଯାଇଥିଲେ। ପରେ ବଗିରୁ ଇଞ୍ଜିନକୁ ତୁରନ୍ତ ଅଲଗା କରାଯାଇଥିଲା ଓ ନିଆଁ ଲିଭାଇବା ପାଇଁ ଦମକଳ ଡକାଯାଇଥିଲା। ଦୁର୍ଘଟଣାରେ କେହି ହତାହତ ହେବାର ସୂଚନା ନାହିଁ। ସେହିପରି  ଅନ୍ୟ ଏକ ଇଞ୍ଜିନ ଲଗାଇ ଟ୍ରେନକୁ ଗନ୍ତବ୍ୟରେ ଛାଡି ଦିଆାଇଛି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ରକ୍ସଲ ଷ୍ଟେସନ ଅଧିକ୍ଷକ ଅନିଲ କୁମାର ସିଂହ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com