ଜାତୀୟ

ଜାତୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷା ହେଲେ ବିଜୟା ରାହତକର

ନୂଆଦିଲ୍ଲୀ: ବିଜୟ ରାହତକରଙ୍କୁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଚେୟାରମ୍ୟାନ୍ ତଥା ଔରଙ୍ଗାବାଦର ମେୟର ଭାବରେ କାର୍ଯ୍ୟ କରିଛନ୍ତି। ସେ ବିଜେପି ଜାତୀୟ ସଚିବ ତଥା ଦଳର ମହିଳା ୱିଙ୍ଗର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେହିପରି ଡ. ଅରଖାନା ମଜୁମଦାରଙ୍କୁ ଏନସିଡବ୍ଲୁ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି ବୋଲି ବିଜ୍ଞପ୍ତି ଜାରୀ କରାଯାଇଛି।

Related Articles

Back to top button