ଅନ୍ୟାନ୍ୟ
ଭାଙ୍ଗିପଡୁଛି ରୁଷ୍ ସୈନିକଙ୍କ ମନୋବଳ; ଯୁଦ୍ଧ ଏଡ଼ାଇବାକୁ ଜାଣିଶୁଣି ଯୁଦ୍ଧଯାନର ‘ଗ୍ୟାସ୍ ଟ୍ୟାଙ୍କ୍’ରେ କଣା କରି ଦେଉଛନ୍ତି: ପେଣ୍ଟାଗନ୍

ନୂଆଦିଲ୍ଲୀ : ମନୋବଳ ଭାଙ୍ଗିପଡୁଥିବାରୁ କେତେକ ରୁଷୀୟ ସୈନିକ ଯୁଦ୍ଧ ଏଡ଼ାଇବାକୁ ଜାଣିଶୁଣି ନିଜ ନିଜର ଯୁଦ୍ଧଯାନର ‘ଗ୍ୟାସ୍ ଟ୍ୟାଙ୍କ୍’ରେ କଣା ପରି ପକାଉଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ପେଣ୍ଟାଗନ୍ ଅଧିକାରୀ ମଙ୍ଗଳବାର ଦିନ କହିଛନ୍ତି।
ନ୍ୟୁୟର୍କ ଟାଇମ୍ସ୍ ରିପୋର୍ଟ ଅନୁସାରେ, ନାମ ପ୍ରକାଶ କରି ନ ଥିବା ଉକ୍ତ ଅଧିକାରୀଜଣକ କହିଛନ୍ତି, ଯୁଦ୍ଧ ଏଡ଼ାଇବା ଲାଗି ସୈନିକମାନେ ଆତ୍ମଘାତୀ କାମ କରୁଥିବା ପରି ମନେହୁଏ। ସେ ଆହୁରି ମଧ୍ୟ କହିଛନ୍ତି, ରୁଷୀୟ ସୈନିକମାନଙ୍କ ମଧ୍ୟରୁ ଅନେକେ ତରୁଣ ଏବଂ ଯୁଦ୍ଧ ଅନଭିଜ୍ଞ। ସେମାନେ ଭୋଜନ ଓ ଇନ୍ଧନ ଅଭାବଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୟୁକ୍ରେନୀୟ ସେନାର ଏଭଳି ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେବେ ବୋଲି ମଧ୍ୟ ସେମାନେ ଭାବି ନ ଥିଲେ।
