Featuredଜାତୀୟ

ମୋରବୀ ପୋଲ ଭାଙ୍ଗିବା ଘଟଣାରେ ମରାମତି କରିଥିବା କମ୍ପାନୀର ଅଜବ ଯୁକ୍ତି

ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ଗୁଜରାଟର ମୋରବୀ ଠାରେ ଥିବା ଝୁଲା ପୋଲ ଭାଙ୍ଗିଯିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ମଧ୍ୟରେ ପୋଲର ମରାମତି ଦାୟିତ୍ୱ ନେଇଥିବା କମ୍ପାନୀ କୋର୍ଟରେ ଅଜବ ଯୁକ୍ତି ରଖିଛି । କମ୍ପାନୀ ତରଫରୁ କୋର୍ଟରେ କୁହାଯାଇଛି କି, ଏଥର ଭଗବାନଙ୍କ କୃପା ନଥିବାରୁ ଏଭଳି ଦୁର୍ଘଟଣା ଘଟିଲା । ପୋଲ ମରାମତି କରିଥିବା ଓରେଭା କମ୍ପାନୀର ମିଡିଆ ମେନେଜର ଦୀପକ ପରୋଖ କୋର୍ଟକୁ କହିଛନ୍ତି କି କମ୍ପାନୀର ଏମଡି ଜଣେ ଭଲ ମଣିଷ । ସେ ୨୦୦୭ ମସିହାରେ ପ୍ରକାଶ ଭାଇଙ୍କୁ କାମର ଦାୟିତ୍ୱ ଦେଇଥିଲେ । ଏହି କାମ ପ୍ରକାଶ ଭାଇ ଠିକରେ କରିଥିବାରୁ ପୁଣି ତାଙ୍କୁ କାମ ଦିଆଯାଇଥିଲା । ପ୍ରକାଶ ଭାଇ ପୋଲର ମରାମତି କାମ ଠିକରେ କରିଥିଲେ । ହେଲେ ଏଥର ଭଗବାନଙ୍କ କୃପା ନଥିବାରୁ ପୋଲ ଭାଙ୍ଗିଗଲା ।

Related Articles

Back to top button
WP Twitter Auto Publish Powered By : XYZScripts.com