ଜାତୀୟମନୋରଞ୍ଜନ

ମୁମ୍ବାଇରେ କ୍ୟାଟ୍ରିନା, ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି ଭିକ୍କି କୌଶଲ! ଫଟୋ ଭାଇରାଲ…

ନୂଆଦିଲ୍ଲୀ: ଭିକି କୌଶଲ ଆଜିକାଲି ତାଙ୍କ ନୂଆ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଭିକ୍କି ଫିଲ୍ମ ବୁଲବୁଲର ଅଭିନେତ୍ରୀ ତ୍ରୁପ୍ତି ଡିମ୍ରିଙ୍କ ସହ ଏକ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏଭଳି ପରିସ୍ଥିତିରେ ଉଭୟ କ୍ରୋଏସିଆରେ ଏକ ରୋମାଣ୍ଟିକ୍ ଗୀତ ଶୁଟିଂ କରୁଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ସୁଟିଂର ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି ।

ଏହି ଫଟୋଗୁଡ଼ିକରେ କେବଳ କୋରିଓଗ୍ରାଫର ଫରାହ ଖାନ ଥିବା ନଜର ଆସିଛନ୍ତି । ଫଟୋଗୁଡ଼ିକରେ ବିକି କୌଶଲ ଏବଂ ତ୍ରୁପ୍ତି ଡିମ୍ରି ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ଏହି ଫଟୋରେ ତ୍ରୁପ୍ତିଙ୍କୁ ହାତରେ ଟେକିଛନ୍ତି । ଠିକ୍ ସେତିକିବେଳେ ଦୁହେଁ ଭୁଇଁରେ ପଡି ରୋମାନ୍ସ କରୁଥିବା ନଜର ଆସିଛନ୍ତି । ତ୍ରୁପ୍ତି ୟେଲୋ କଲର କ୍ରପ୍ ଟପ୍ ଏବଂ ସ୍କର୍ଟ ପିନ୍ଧିଥିବାବେଳେ ଭିକ୍କୀ ଫର୍ମାଲ ଜ୍ୟାକେଟ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତି ।

ଦୁଇଜଣ ସମୁଦ୍ର କୂଳେ ଗୀତର ସୁଟିଂ କରିଛନ୍ତି । ନିର୍ଦ୍ଦେଶକ ଆନନ୍ଦ ତିୱାରୀଙ୍କ ଆଗାମୀ ରୋମାଣ୍ଟିକ ଚଳଚ୍ଚିତ୍ରରେ ଭିକ୍କୀ ଏବଂ ତ୍ରୁପ୍ତି ଏକାଠି କାମ କରୁଛନ୍ତି। ଦୁହେଁ ଦୀର୍ଘ ସମୟ ଧରି କ୍ରୋଏସିଆରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com