ଓଡ଼ିଶା

ବୋଲବମ୍ ଯାତ୍ରା ନେଇ ପ୍ରଶାସନ ପକ୍ଷରୁ ତତ୍ପରତା, ମହାବିନାୟକ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ

ଚଣ୍ଡିଖୋଲ: ଶ୍ରାବଣ ମାସରେ ବୋଲବମ୍ ଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଏକ ପ୍ରସିଦ୍ଧ ତଥା ଯାଜପୁର ଜିଲ୍ଲାର ପ୍ରମୁଖ ଶୈବ ପୀଠ ମହାବିନାୟକରେ ବୋଲବମ୍ ଯାତ୍ରାକୁ ନେଇ ଦର୍ପଣ ତହସିଲଦାରଙ୍କ ଅଧ୍ୟକ୍ଷତାରେ ମହାବିନାୟକ ମନ୍ଦିର ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରାବଣ ମାସରେ ମହାବିନାୟକ ଶୈବ ପୀଠକୁ ହଜାର ହଜାର କାଉଡିଆଙ୍କ ସମାଗମ ହୋଇଥାଏ ।

କାଉଡିଆମାନେ ପାଣିଭାର ନେଇ କିଭଳି ଶାନ୍ତି ଶୃଙ୍ଖଳାରେ ମନ୍ଦିରରେ ପହଞ୍ଚି ଜଳାଭିଷେକ କରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବୈଠକରେ ଦର୍ପଣ ତହସିଲଦାରଙ୍କ ସହ ମନ୍ଦିର ଟ୍ରଷ୍ଟ ସଭାପତି, ସେବାୟତ, ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ଉପସ୍ଥିତ ରହିଥିଲେ । କୋଭିଡ୍ ମହାମାରୀ ପାଇଁ ଦୁଇ ବର୍ଷ ଧରି ବୋଲବମ୍ ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବୋଲବମ୍ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com