![](https://i0.wp.com/odia.mobilenews24x7.com/wp-content/uploads/2022/07/Pooja-Hegde-teaser-600x315-1.webp?resize=600%2C315&ssl=1)
ମୁମ୍ବାଇ: ସାଉଥ୍ ସୁନ୍ଦରୀ ପୁଜା ହେଗ୍ଡେ ଏବେ ଗୋଟିଏ ପରେ ଗୋଟିଏ ବିଗ୍ ବଜେଟ ଫିଲ୍ମ କରି ଖୁବ୍ ଚର୍ଚ୍ଚାରେ। ୨୦୧୪ରେ ତାମିଲ ଫିଲ୍ମ ମୁଗାମୁଡିରେ ତାଙ୍କୁ ପ୍ରଥମଥର ଦେଖିବାକୁ ମିଳିଥିଲା। ସେ ସାଉଥ୍ର ଓକା ଲୈଲା କୋସମ୍ ସିନେମାରେ ନାଗଚୈତନ୍ୟଙ୍କ ସାଙ୍ଗରେ ନଜର ଆସିଥିଲେ। ସେଥିରେ ତାଙ୍କ ଅଭିନୟ ଓ ବ୍ୟୁଟିନେସ୍କୁ ନେଇ ଅନେକ ପ୍ରଶଂସା କରାଯାଇଥିଲା।
ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ନିର୍ଦ୍ଦେଶକ ତ୍ରି ବିକ୍ରମ ଓ ସୁପରଷ୍ଟାର ମହେଶ ବାବୁଙ୍କ ଏସ୍ ଏସ୍ ଏମ୍ ବି ୨୮ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ତା ସାଙ୍ଗକୁ ଆହୁରି ଅନେକ ଫିଲ୍ମ ଓ ଅଫର ତାଙ୍କ ହାତରେ ଅଛି । ହେଲେ ତା ପୂର୍ବରୁ ସେ ଏବେ ଛୁଟି କାଟିବାକୁ ବାହାରକୁ ଯାଇଛନ୍ତି। ତାହା ପୁଣି ୫ ଦିନ କି ୭ ଦିନ ନୁହେଁ ପୁରା ମାସେ ଭ୍ରମଣ କରିବ । ଏହି ସମୟରେ ସେ ଏୟାରପୋର୍ଟରୁ ଫଟୋ ଅପ୍ଲୋଡ୍ କରି କ୍ୟାପ୍ସନ୍ରେ ଲେଖିଛନ୍ତି “୧ ମନ୍ଥ୍। ୩ କଣ୍ଟିନେଣ୍ଟ । ୪ ସିଟିଜ୍। ଲେଟ୍ସ୍ ଗୋ।“ ନିଜ ସୋସିଆଲ୍ ମିଡିଆ ଜରିଆରେ ଖୁବ୍ ଉତ୍ସାହ ସହିତ ପୁଜା ଏହି ଖବରଟିକୁ ନିଜ ଫ୍ୟାନ୍ସଙ୍କ ସାଙ୍ଗରେ ସେୟାର କରିଥିଲେ।
View this post on Instagram