Breaking NewsFeaturedଐତିହ୍ୟ ଓ ସଂସ୍କୃତିଓଡ଼ିଶା

ବୁଧବାର ବାହା ହେବେ ଦେବାଧିଦେବ ମହାଦେବ ଓ ମାତା ପାର୍ବତୀ

ସରିଛି ନିର୍ବନ୍ଧ, ମଙ୍ଗଳବାର ଦେବ ନିମନ୍ତ୍ରଣ

ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ଦୁଲୁକୁଛି ସଂସ୍କୃତିର ସହର ସମ୍ବଲପୁର । ବିଭିନ୍ନ ପଡ଼ା ତଥା ଗଳିକନ୍ଦିରେ ଝଲସୁଛି ରଙ୍ଗିନ ଆଲୁଅ । କାରଣ ବିବାହ କରିବେ ଦେବାଧିଦେବ ମହାଦେବ ଏବଂ ମାତା ପାର୍ବତୀ । ଶୀତଳ ଷଷ୍ଠୀ ନୀତିର ପ୍ରଥମ ପର୍ଯ୍ୟାୟ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟକ୍ରମ ସୋମବାର ରାତିରେ ସମାପ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ତରଫରୁ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପତରପେଣ୍ଡି ବା ନିର୍ବନ୍ଧ ସମ୍ପନ୍ନ ହୋଇଛି ।

Swapneswar Mandira Sambalpur

ଦେବଦେବ ମହାଦେବଙ୍କ ରୀତି ନିତୀ ଅନୁଯାୟୀ ପ୍ରଥମେ ପୂଜାର୍ଚ୍ଚନା ହୋଇଥିଲା । ଏହାପରେ ବର ପିତା ଓ ସପ୍ତଋଷୀ ବାହାରିିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ । ଏକ ଭବ୍ୟ ପଟୁଆରରେ ଘଣ୍ଟ, ଶଙ୍ଖ, ଡମ୍ବରୁ, ଦୁଲୁଦୁଲି ଆଦିର ନାଦ ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର। ଏହାପରେ କନ୍ୟା ଖୋଜି ଖୋଜି ବର ପକ୍ଷ ପହଞ୍ଚି ଥିଲେ ମାତା ଶକ୍ତି ସ୍ୱରୂପିଣୀ ପାର୍ବତୀଙ୍କ ପିତା ମାତାଙ୍କ ଘରେ। ସେଠାରେ ପହଞ୍ଚିବା ପରେ ବରପକ୍ଷଙ୍କୁ କନ୍ୟା ଘର ତରଫରୁ ସ୍ୱାଗତ କରାଯାଇଥିଲା । ଦୀର୍ଘ ଦୁଇବର୍ଷ ପରେ ମହାଆଡମ୍ବରରେ ଚଳିତ ବର୍ଷ ଶୀତଳ ଷଷ୍ଠୀ ପର୍ବ ଆୟୋଜନ ହେଉଛି । କରୋନା ଲାଗି ଏହି ଦେବପର୍ବ ହୋଇପାରିନଥିଲା । କନ୍ୟାପକ୍ଷ ରାଜି ହେଲା ପରେ ସପ୍ତଋଷୀଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲପତ୍ର, ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୂ ହିସାବରେ ବାଛିଥିଲେ ବରପିତା । ଏହାପରେ ବୈଦିକ ରୀତି ନୀତିରେ ସମ୍ପନ୍ନ ହୋଇଥିଲା ପତ୍ରପେଣ୍ଡି ବା ନିର୍ବନ୍ଧ ଉତ୍ସବ ।

ସେହିପରି ମଙ୍ଗଳବାର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ରହିଛି । ୨୪ ତାରିଖ ରାତି ଶୁଭ ଲଗ୍ନରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କର ପବିତ୍ର ବିବାହ କାର୍ଯ୍ୟ ସମ୍ପନ୍ନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com