ଜାତୀୟ
ଲାଲୁଙ୍କୁ ଏମ୍ସରେ ଗୀତା ପଢ଼ିବା ମନା
ନୂଆଦିଲ୍ଲୀ: ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ରବିବାର ତାଙ୍କୁ କ୍ରିଟିକାଲ କେଆର ୟୁନିଟ୍ରୁ ରୁମ୍କୁ ସ୍ଥାନାନ୍ତର କରାଯାଇଛି। ତେବେ ଏହାରି ଭିତରେ ତାଙ୍କୁ ହସ୍ପିଟାଲରେ ଗୀତା ପାଠ କରିବା ଉପରେ ବାରଣ କରାଯାଇଥିବା ନେଇ ଅଭିଯୋଗ ଆସିଛି। କେବଳ ପାଠ କରିବାକୁ ନୁହେଁ ଗୀତା ଶୁଣିବାକୁ ମଧ୍ୟ ମନା କରାଯାଉଛି। ଏନେଇ ତାଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ଅଭିଯୋଗ ଆଣିଛନ୍ତି।
ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜପ୍ରତାପ ଏକ ଟ୍ୱିଟ କରି ଅଭିଯୋଗ ଆଣିଛନ୍ତି, ‘ମୋ ବାପାଙ୍କୁ ଏମ୍ସରେ ଗୀତା ପଢିବା ଓ ଶୁଣିବା ଉପରେ ରୋକ ଲଗାଯାଇଛି। ମୋ ବାପା ଗୀତା ପଢିବା ଓ ଶୁଣିବାକୁ ଭଲ ପାଆନ୍ତି। ହେଲେ ଯିଏ ଏଭଳି ରୋକ ଲଗାଇଛି ଏହି ମହାପାପ ପାଇଁ ତାଙ୍କୁ ଏ ଜନ୍ମରେ ହିଁ ଦଣ୍ଡ ମିଳିବ।’
पिताजी को अस्पताल में श्रीमद भगवत गीता का पाठ करने एवं सुनने से रोक दिया गया,जबकि पिताजी को गीता पाठ पढ़ना एवं सुनना काफी पसंद है……गीता पाठ से रोकने वाले वाले उस अज्ञानी को ये नही पता कि इस महापाप की कीमत उसे इसी जन्म में चुकानी होगी.. pic.twitter.com/h46fjWXqPb
— Tej Pratap Yadav (@TejYadav14) July 12, 2022