ଓଡ଼ିଶା

ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ପଶିଲା ଭିଜିଲାନ୍ସ

ଢେଙ୍କାନାଳ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳେ ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୈତୃକ ଘର, ଟାଉନ ପ୍ଲାନିଂ ସ୍ଥିତ ଘର, ଦକ୍ଷିଣକାଳୀ ସ୍ଥିତ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛନ୍ତି।

ଏହା ସହିତ ନିମାପଡ଼ା ସ୍ଥିତ ଅଫିସ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ତିନିମହଲା ଘର, ଶୈଳଶ୍ରୀ ବିହାର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢଉ ଚାଲିଛି। ନିମାପଡ଼ା ସବ ଡିଭିଜନ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦୁଷ୍ମନ୍ତ  କାର୍ଯ୍ୟରତ ଅଛନ୍ତି।

ଏହି ଚଢ଼ାଉରେ ୫ଜଣ ଡିଏସ୍‌ପି ଓ ୧୨ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com