ଓଡ଼ିଶା

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମଗିରି: ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ପୁରୀ ଚୁଡଙ୍ଗ ସାହିର କାହ୍ନ ସ୍ବାଇଁ ।

ସୂଚନାଯୋଗ୍ୟ ଯେ, ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖିଲକଣ୍ଟିଆ ରାସ୍ତା ବିନାୟକନଗରର ଜନୈକ ବ୍ୟକ୍ତିଙ୍କ ବାରିରେ ଥିବା ଆମ୍ବ ଗଛରେ ମୃତଦେହ ଝୁଲୁଥିବା ସକାଳୁ ଦେଖିବାକୁ ମିଳିଥିଲା । ହତ୍ୟା କରାଯାଇଥିବା ନେଇ ମୃତ ଯୁବକଙ୍କ ଭାଇ ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com