ଓଡ଼ିଶା

ଭୀମ ଭୋଇ ସାମର୍ଥ୍ୟ ଶିବିର ୨୧୫ ଜଣଙ୍କୁ ଶାରୀରିକ ଅକ୍ଷମ ପ୍ରମାଣପତ୍ର ପ୍ରଦାନ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପରିସରରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ସ୍ନିଗ୍ଧା ରାଣୀ ପ୍ରଧାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା , ସସ୍ମିତା ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଏହି କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରି ୨୮ ଜଣ ଦିବ୍ୟାଙ୍ଗଙ୍କୁ ବସ ଓ ଟ୍ରେନ୍ ପାସ ପ୍ରଦାନ କରିଥିଲେ । ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତରୁ ୨୫୪ ଜଣ ପଞ୍ଜିକରଣ କରିଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ପରୀକ୍ଷା କରାଯାଇ ସେଥିମଧ୍ୟରୁ ୨୧୫ ଜଣଙ୍କୁ ଶାରିରୀକ ଅକ୍ଷମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।

ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ କୁମାର ପାଢୀ , ମାନସିକ ଚିକିତ୍ସକ ଡାକ୍ତର ପ୍ରତାପ କୁମାର ପଟ୍ଟନାୟକ , ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ସାହୁ , କଣ୍ଠ , ଗଳା ଓ ନାସା ଚିକିତ୍ସକ ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା , ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶୁଭାଶିଷ ମହାନ୍ତି , ବରିଷ୍ଠ ଶ୍ରବଣ ବିତ ବାଦଲ କୁମାର , ଚଳନ ପ୍ରଶିକ୍ଷକ ନିବାସ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧୂକାରୀ ତ୍ରିଲୋଚନ ନାଏକ , ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମିତ ପ୍ରଧାନ ପରିଚାଳନା କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ , ସମିତିସଭ୍ୟ , ୱାର୍ଡ ମେମ୍ବର ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com