ଅନ୍ତର୍ଜାତୀୟରାଜନୀତି

ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେନାକୁ ଆଦେଶ ଦେଲେ କାର୍ଯ୍ୟକାରୀ ରାଷ୍ଟ୍ରପତି ବିକ୍ରମସିଂଘେ

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ବୁଧବାର ସକାଳେ ଦେଶ ଛାଡି ପଳାୟନ କରିବା ପରେ ସେଠାର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ବିକ୍ଷୋଭକାରୀମାନେ କାମଚଳା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବା ଭଙ୍ଗାରୁଜା କରିବା ପରେ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ସେନାକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଦେଶ ଦେଇଛନ୍ତି। ଗୋଟାବାୟା ରାଜପାକ୍ଷେ ମାଳଦ୍ୱୀପ ପଳାୟନ କରିବା ପରେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିବା ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ବୁଧବାର ଦିନ ବିକ୍ଷୋଭକାରୀମାନେ ତାଙ୍କ କାର୍ଯ୍ୟାଳୟରେ ପଶିବା ପରେ ସଶସ୍ତ୍ର ବାହିନୀକୁ ଶୃଙ୍ଖଳା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡ଼ି ଫେରାର ହୋଇଯିବା ପରେ ଦେଶର ଜନତା ଆନ୍ଦୋଳନକୁ ତୀବ୍ର କରିଛନ୍ତି । ବୁଧବାରଦିନ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ତଥା କାମଚଳା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି । ସେହିପରି ଶ୍ରୀଲଙ୍କାର ସରକାରୀ ଟେଲିଭିଜନ ଚ୍ୟାନେଲ ଶ୍ରୀଲଙ୍କା ରୂପବାହିନୀ କର୍ପୋରେସନର ଷ୍ଟୁଡିଓକୁ ଅକ୍ତିଆର କରିନେଇଛନ୍ତି ଉଗ୍ର ଜନତା । ଏହା ଫଳରେ ଲାଇଭ ଟିଭି ପ୍ରସାରଣକୁ ବନ୍ଦ କରିଦିଆଯାଇଛି । କେତେକ ବିକ୍ଷୋଭକାରୀ ଯୁବକ ଟିଭି ପ୍ରସାରଣ ଚାଲିଥିବାବେଳେ ଷ୍ଟୁଡିଓରେ ପ୍ରବେଶକରି ଆନ୍ଦୋଳନ ସଂପର୍କରେ ଭାଷଣ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କାରେ ଆନ୍ଦୋଳନ ତୀବ୍ର ହେବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ଏହା ପରେ ବିଭିନ୍ନ ସହର ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସେନା ମୁତୟନ ହୋଇଥିଲେ ବି ଆନ୍ଦୋଳନ ଜାରି ରହିଛି । କେତେକ କ୍ଷେତ୍ରରେ ସେନା ଆନ୍ଦୋଳନକାରୀଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି । ଅନ୍ୟପକ୍ଷରେ ମାଳଦ୍ବୀପ ପଳାଇଯାଇଥିବା ଗୋଟାବାୟା ରାଜପକ୍ଷେ ସେଠାରୁ ସିଂଗାପୁର ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଲମ୍ବୋ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଥିବା ଆମେରିକୀୟ ଦୂତାବାସ ନିଜର ସମସ୍ତ ସେବାକୁ ବନ୍ଦ କରିଦେଇଛି । ସ୍ଥିତିରେ ସୁଧାର ଆସିଲେ ସେବା ପୁଣି ଆରମ୍ଭ କରାଯିବ ବୋଲି ଆମେରିକା ଦୂତାବାସ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com