ଜାତୀୟରାଜନୀତି

‘ଦୁଇଟି ସନ୍ତାନ’ ଆଇନକୁ ସମର୍ଥନ କରିବି ନାହିଁ : ଅସଦୁଦ୍ଦିନ ଓୱେସୀ

ଦେଶରେ ବଢୁଥିବା ଜନସଂଖ୍ୟା ବୃଦ୍ଧିକୁ ନେଇ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ବଡ ବୟାନ ଦେଇଛନ୍ତି । ଗୁରୁବାର ଏନେଇ ବଡ ବୟାନ ରଖି ସେ କହିଛନ୍ତି, ‘ଦୁଇଟି ସନ୍ତାନ’ ଆଇନକୁ ସେ ସମର୍ଥନ କରିବେ ନାହିଁ । ସେ କହିଛନ୍ତି, ଆମକୁ ଚୀନ ଭଳି ଭୁଲ ଦୋହରାଇବା ଉଚିତ ନୁହେଁ । ଏଭଳି କୌଣସି ଆଇନକୁ ମୁଁ ସମର୍ଥନ କରିବି ନାହିଁ ଯେଉଁଥିରେ ଦୁଇଟି ସନ୍ତାନ ନୀତିର କଥା କୁହାଯାଉଛି । ଏଥିରେ ଦେଶକୁ କୌଣସି ଫାଇଦା ମିଳିବନାହିଁ । ଜନସଂଖ୍ୟା ପ୍ରସଙ୍ଗରେ ସେ କହିଛନ୍ତି ଭାରତରେ ପ୍ରଜନନ ହାର କମିବାରେ ଲାଗିଛି । ୨୦୩୦ ଯାଏ ଏହା ସ୍ଥିର ହୋଇଯିବ । ଦେଶରେ ଜନସଂଖ୍ୟା ପ୍ରସଙ୍ଗରେ ଲଗାତର କଥାବାର୍ତ୍ତା ଜାରିରହିଛି । ଏହା ପୂର୍ବରୁ ମଧ୍ୟ ଓୱେସୀ ଜନସଂଖ୍ୟା ନେଇ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ଯେ, ଜନସଂଖ୍ୟା ବୃଦ୍ଧି ପାଇଁ ମୁସଲମାନଙ୍କୁ ଦାୟୀ କରିବା ଠିକ୍ ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com