Breaking NewsFeaturedରାଜନୀତି

ଦୀର୍ଘ ୮ ବର୍ଷ ପରେ ପୁଣି କେଦାରନାଥ ଗସ୍ତରେ ରାହୁଲ ଗାନ୍ଧି, ୩ ଦିନିଆ ଟୁର୍

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେବଳ ରାଜନୀତି କରନ୍ତି ନାହିଁ, ବରଂ ବ୍ୟକ୍ତିଗତ ଭାବେ ଆଧ୍ୟାତ୍ମିକ ଦିଗ ପ୍ରତି ସେ ଖୁବ୍‌ ଯତ୍ନଶୀଳ। ଟିକିଏ ଫୁରସତ ମିଳିଗଲେ ସେ କୌଣସି ମନ୍ଦିର ବା ଧାର୍ମିକ ସ୍ଥଳ ପରିଦର୍ଶନ କରିବାକୁ ଆଗ୍ରହ ଦେଖାଇ ଥାଆନ୍ତି। ଏହି କ୍ରମରେ ରବିବାରଠାରୁ ୩ ଦିନିଆ କେଦାରନାଥ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ରବିବାର ଅପରାହ୍ନରେ କେଦାରନାଥରେ ପହଞ୍ଚି ବାବା କେଦାରଙ୍କୁ ଦର୍ଶନ କରିଥିଲେ ରାହୁଲ । ସେଠାରେ ସେ ତିନି ଦିନ ଧରି ରହିବାକୁ ଥିବାବେଳେ ଏଥିପାଇଁ ଗରହୱାଲ ସ୍ଥିତ ଗେଷ୍ଟ ହାଉସ ବୁକ୍ କରାଯାଇଛି । ଉକ୍ତ ଗେଷ୍ଟ ହାଉସରେ ରାହୁଲ ରାତ୍ରିଯାପନ କରିଥିଲେ।

ଏଠାରେ କହିରଖୁଛୁ ଯେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋରଦାର କରିଥିଲେ ରାହୁଲ। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲଙ୍ଗାନା ଓ ମିଜୋରାମ ଆଦି ରାଜ୍ୟକୁ ବହୁବାର ଗସ୍ତ କରିଥିଲେ ରାହୁଲ ଗାନ୍ଧି। ତେବେ ଭୋଟ୍‌ ନିକଟ ହୋଇଆସିଲା ବେଳେ ଏହି ପ୍ରଚାର ଅଭିଯାନରୁ ବିରତି ନେଇଛନ୍ତି ରାହୁଲ ଗାନ୍ଧି। ରବିବାର ସେ ଦିଲ୍ଲୀରୁ ଜଲିଗ୍ରାଣ୍ଟ ବିମାନବନ୍ଦର ଅଭିମୁଖେ ଯାତ୍ରା କରିଥିଲେ । ଅପରାହ୍ନରେ ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ତାଙ୍କୁ ସ୍ବାଗତ କରିଥିଲେ ଏବଂ ଏହାପରେ ରାହୁଲ କେଦାରନାଥ ମନ୍ଦିରରେ ପହଞ୍ଚି ବାବାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।

ଗୋଟିଏ ପଟେ ନିର୍ବାଚନୀ ଦୃଷ୍ଟିକୋଣରୁ ରାହୁଲ ସଫ୍ଟ ହିନ୍ଦୁତ୍ଵ କାର୍ଡ ଖେଳୁଛନ୍ତି ବୋଲି ରାଜନୀତିକ ଚର୍ଚ୍ଚା ସରଗରମ ରହିଥିବାବେଳେ ରାହୁଲଙ୍କ ଏହି ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବୋଲି କୁହାଯାଉଛି। ଦୀର୍ଘ ୮ ବର୍ଷ ପରେ ସେ ଦ୍ୱିତୀୟ ଥର ପାଇଁ କେଦାରନାଥ ଗସ୍ତ କରିଛନ୍ତି । ଏହାପୂର୍ବରୁ ୨୦୧୫ରେ ଗାନ୍ଧି ପଦ ଯାତ୍ରାରେ ରାହୁଲ କେଦାରନାଥ ଯାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ରାହୁଲ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ଜଣାପଡ଼ିଛି।

Related Articles

Back to top button
WP Twitter Auto Publish Powered By : XYZScripts.com