କ୍ରୀଡ଼ା

ସୂର୍ଯ୍ୟକୁମାରଙ୍କ ଧୂଆଁଧାର ବ୍ୟାଟିଂ ୫୧ ବଲରେ ୧୧୧ ରନ, ଭାଙ୍ଗିଲେ ଏହି ଭାରତୀୟ ଖେଳାଳିଙ୍କ ରେକର୍ଡ

ଭୁବନେଶ୍ୱର: ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ବ୍ୟାଟିଂ। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ଦ୍ୱିତୀୟ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ସୂର୍ଯ୍ୟକୁମାର ୧୧୧ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ଓପନର୍ ଇଶାନ୍ କିଶାନ୍ ୩୬ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡରୁ ପେସର୍ ଟିମ୍ ସାଉଥୀ ସର୍ବାଧିକ ୩ ୱିକେଟ୍ ନେଇଥିଲେ।

୫୧ ବଲରେ ଅପରାଜିତ ଇନିଂସରେ ସୂର୍ଯ୍ୟକୁମାର ୧୧ ଚୌକା ଓ ୭ ଛକା ମାରିଥିଲେ। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ତଥା ଓପନର୍ ରୋହିତ ଶର୍ମାଙ୍କ ରେକର୍ଡ ସହ ବରାବର କରିଦେଲେ । ସୂର୍ଯ୍ୟକୁମାର ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ କି ଗୋଟିଏ ବର୍ଷରେ ଟି-୨୦ ଆନ୍ତର୍ଜାତୀୟ ଫର୍ମାଟରେ ଦୁଇ ଶତକ ହାସଲ କରିଛନ୍ତି। ରୋହିତ ଏହି ରେକର୍ଡ ୨୦୧୮ ରେ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com