Featuredଅନ୍ତର୍ଜାତୀୟଜାତୀୟ

ଚୀନର ଷଡଯନ୍ତ୍ର : ସୀମାରେ ବନାଇଲେ ସେନା ପୋଷ୍ଟ୍

ପୁଣି ସାମ୍ନାକୁ ଆସିଛି ଚୀନର ଷଡଯନ୍ତ୍ର । ଆମେରିକା ସାଂସଦ ରାଜା କୁଣ୍ଣାମୁର୍ତ୍ତି ଗତ ବୁଧବାର ସୂଚନା ଦେଇ କହିଛନ୍ତି । ଭାରତ ଚୀନ୍ ସିମା ଏଲଏସି ନିକଟରେ ଚୀନ୍ ଦ୍ୱାରା ଏକ ସେନା ଚୌକି ନିର୍ମାଣ କରାଯାଇଛି । ଯାହା ଅତ୍ୟନ୍ତ ଚିନ୍ତାଜନକ କଥା । ୨୦୨୦ ମେ’ ମାସରେ ଏଲଏସିର ବିଭିନ୍ନ ସ୍ଥାନରେ ଚୀନ୍ ଏବଂ ଭାରତୀୟ ସେନା ମଧ୍ୟରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଉଭୟ ଦେଶର ସେନା ଯବାନଙ୍କ ଜୀବନ ମଧ୍ୟ ଯାଇଥିଲା । ଆଉ ଏବେ ଏଲଏସିରେ ଚୀନର ମନମାନି ପୁଣି ସେହିଭଳି ଏକ ପରିସ୍ଥିତି ସୃଷ୍ଟି କରିବା ନେଇ ଆଶଂକା ସୃଷ୍ଟି କରିଛି । ଏଲଏସିର ୧୦୦ କିମି ଦୂରରେ ଆମେରିକା ଓ ଭାରତୀୟ ସେନାଙ୍କ ଯୁଦ୍ଧାଭ୍ୟାସକୁ ନେଇ ମଧ୍ୟ ଚୀନ୍ ଅସନ୍ତୁଷ୍ଟ ମନଭାବ ପ୍ରଦର୍ଶନ କରୁଥିବା ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com